ୱାସିଂଟନ : ଯୁକ୍ତରାଷ୍ଟ୍ର ଆମେରିକାର ହ୍ବାଇଟ୍‌ ହାଉସ୍‌‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମାନ‌ରେ ଆୟୋଜିତ ନୈଶଭୋଜିରେ ବ୍ୟବସାୟ ଦୁନିଆର ବହୁ ଚର୍ଚ୍ଚିତ ଚେହେରାଙ୍କୁ ଦେଖିବାକୁ ମିଳିଥିଲା। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କଠାରୁ ଆରମ୍ଭ କରି ତାଙ୍କ ପତ୍ନୀ ନୀତା ଅମ୍ବାନି, ଗୁଗୁଲ୍ ସିଇଓ ସୁନ୍ଦର ପିଚ୍ଚାଇ, ତ‌ାଙ୍କ ପତ୍ନୀ ଅଞ୍ଜଳି ପିଚାଇ, ଆପଲ୍‌ ସିଇଓ ଟିମ୍ କୁକ୍, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ର ମୁଖ୍ୟ ଆନନ୍ଦ ମହିନ୍ଦ୍ରା, ଜେନେରାଲ୍ ଇଲେକ୍ଟ୍ରିକ୍‌ର ସିଇଓ ଲାରି କପ୍, ବୋଇଂର ସିଇଓ ଡେଭିଡ୍‌ କାଲ୍‌ହୋନ୍, ବେନ୍ କ୍ୟାପିଟାଲ୍‌ର ଜୋସ୍ ବେକେ‌ନଷ୍ଟେନ୍, ଫ୍ଲେକ୍ସର ସିଇଓ ରେବତୀ ଅଦ୍ବେତୀ, ଓପନ୍‌ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ୍ ପ୍ରମୁଖ ସାମିଲ ହୋଇଥିଲେ।

Advertisment

ନେଟ୍‌ଫ୍ଲିକ୍ସର ଚିଫ୍ କଣ୍ଟେଣ୍ଟ୍‌ ଅଫିସର ବେଲା ବାଜାରିଆ, ଗଣମାଧ୍ୟମ ଜଗତର ବାଦଶାହ ଜେମ୍‌ସ ମୁର୍ଦୋଚ୍ ବି ନୈଶ୍ୟଭୋଜିରେ ସାମିଲ ହୋଇଥିଲେ। ନୀତା ଅମ୍ବାନି ଏକ ପାରମ୍ପରିକ ହସ୍ତତନ୍ତ ଶାଢ଼ି ପିନ୍ଧିଥିଲେ। ଏହି ଅବସରରେ ମାରିଅଟ୍‌ର ସିଇଓ ଆନ୍ଥୋନି କାପୁଆନୋ, ଆମେରିକାନ୍ ଏକ୍ସପ୍ରେସ୍‌ର ପୂର୍ବତନ ସିଇଓ କେନେଥ୍‌ ଚେନଲ୍ଟ, ଆପ୍ଲାଏଡ୍‌ ମାଟେରିଆଲ୍‌ସର ସିଇଓ ଗ୍ୟାରି ଡିକେରସନ୍, ମାଇକ୍ରନ୍ ଟେକ୍ନୋଲୋଜିର ସିଇଓ ସଞ୍ଜୟ ମେହରୋତ୍ରା ଆଦିଙ୍କୁ ଦେଖିବାକୁ ମିଳିଥିଲା।