ଦେଶର ୧୦୦ତମ ବିମାନବନ୍ଦରର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ଗ୍ୟାଙ୍ଗ୍‌ଟକ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶର ୧୦୦ ତମ ବିମାନବନ୍ଦର ପାକ୍‌ୟଙ୍ଗ୍‌ ସିକିମ୍‌ର ଗ୍ୟାଙ୍ଗ୍‌ଟକ୍‌ଠାରେ ଶୁଭାରମ୍ଭ କରିଛନ୍ତି। ଏହି ବିମାନବନ୍ଦରଟି ସମୁଦ୍ରସ୍ତରରୁ ୪,୫୦୦ ଫୁଟ୍‌ ଉପରେ ହେବା କ୍ଷେତ୍ରରେ ରାଜ୍ୟରେ ପ୍ରଥମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନ ବନ୍ଦର ଶୁଭାରମ୍ଭ କରିବା ସମୟରେ ସିକିମ୍‌ର ମୁଖ୍ୟମନ୍ତ୍ରୀ ପଓ୍ଵନ ଚାମଲିଂ ଏବଂ କେନ୍ଦ୍ର ବେସାମରିକ ମନ୍ତ୍ରୀ ସୁରେଶ ପ୍ରଭୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ଏହି ବିମାନ ବନ୍ଦରଟି ହିମାଳୟକୁ ସଂଯୋଗ କରିବ ବୋଲି ସୂଚନା ରହିଛି। ପର୍ଯ୍ୟଟକମାନଙ୍କ ପାଇଁ ବିଶେଷ ଲାଭପ୍ରଦ ହେବ। ପାକ୍‌ୟଙ୍ଗ୍‌ ବିମାନବନ୍ଦରଟି ଗ୍ୟାଙ୍ଗ୍‌ଟକଠାରୁ ୩୩ କିଲୋମିଟର ଦୂରରେ ଅବସ୍ଥିତ।

ଏହି ବିମାନବନ୍ଦରର ଶୁଭାରମ୍ବ କରି ପ୍ରଧାନମନ୍ତ୍ରୀ ମୋଦି ନିଜର ଅଭିଭାଷଣରେ କହିଛନ୍ତି କି ‘ପାକ୍‌ୟଙ୍ଗ୍‌ ବିମାନ ବନ୍ଦର ଇଞ୍ଜିନିୟର କୌଶଳର ଏକ ପ୍ରତୀକ। ସେ ସମସ୍ତ ଇଞ୍ଜିନିୟର ଓ କର୍ମୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଯେଉଁମାନେ ଏହି ବିମାନବନ୍ଦରରେ ନିଜକୁ ସାମିଲ୍‌ କରିଛନ୍ତି। ସ୍ୱାଧୀନତା ପରଠାରୁ ଉତ୍ତରପୂର୍ବାଞ୍ଚଳରେ ଗୁଡ଼ାଏ କାର୍ଯ୍ୟ ହୋଇ ସାରିଛି। ଏପରିକି ଏହି ଅଞ୍ଚଳର କେତେକ ସ୍ଥାନରେ ବିମାନବନ୍ଦର, ରେଳବାଇ ଓ ବିଦୂତ୍‌ ଯୋଗାଯୋଗ ପ୍ରଥମ କରି ହୋଇଛି।’

ସମ୍ବନ୍ଧିତ ଖବର