ନୂଆଦିଲ୍ଲୀ: ଗ୍ରାମାଞ୍ଚଳ ଯୋଗାଯୋଗରେ ଉନ୍ନତି ଓ ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଓଡ଼ିଶା ଓ ତ୍ରିପୁରା ପାଇଁ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ୍‌-ଜନମନ) ଅଧୀନରେ ଅନେକଗୁଡ଼ିଏ ପ୍ରକଳ୍ପକୁ ମଞ୍ଜୁରି ‌ଦେଇଛି। ଏଥିରେ ଓଡ଼ିଶାର ୨୬ଟି ରାସ୍ତା ଏବଂ ଦୁଇଟି ଦୀର୍ଘ ସେତୁ ରହିଛି।

Advertisment

ଏହି ରାସ୍ତାର ଲମ୍ବ ୬୩.୩୫୨ କିମି ରହିଥିବାବେଳେ ଏବାବଦରେ ୬୯.୬୫ କୋଟି ଟଙ୍କା ବ୍ୟୟ ହେବ। ଏହା ଫଳରେ ଓଡ଼ିଶାକୁ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨୧୧.୧୪ କିମିର ୬୬ଟି ରାସ୍ତା ଏବଂ ୪ଟି ଦୀର୍ଘ ସେତୁକୁ ମଞ୍ଜୁରି ମିଳିଛି। ଏବାବଦରେ ମୋଟ ୨୧୯.୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଯୋଜନାରେ ରାଜ୍ୟରେ ପିଭିଟିଜି ଲୋକ ବାସ କରୁଥିବା ବସତିଗୁଡ଼ିକୁ ସବୁଦିନିଆ ରାସ୍ତା ଏବଂ ଯୋଗାଯୋଗ ସୁବିଧା ମିଳିବ। ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ।