ସିଓଲ ଶାନ୍ତି ପୁରସ୍କାର ରାଶି ଉପରେ ଟିକସ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ଟିକସଦାତାଙ୍କ ଲାଗି ଉଦାହରଣ ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସିଓଲ ଶାନ୍ତି ପୁରସ୍କାର ବାବଦରେ ତାଙ୍କୁ ଯେଉଁ ୧.୩ କୋଟି ଟଙ୍କା ମିଳିଥିଲା ତାହା ଉପରେ ଟିକସ ଦେବାକୁ ସେ ଅର୍ଥ ମନ୍ତ୍ରଣାଳୟକୁ ଅନୁରାଧ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସେହି ଅନୁରୋଧକୁ ଅର୍ଥ ମନ୍ତ୍ରଣାଳୟ ଗ୍ରହଣ କରିନେଇଥିବା ଜଣାପଡ଼ିଛି। ସିଓଲ ଶାନ୍ତି ପୁରସ୍କାର ରାଶି ଉପରେ ଟିକସ ଲଗାଇବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖି ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ଅଗଷ୍ଟ ୧୧ରେ ସେ ଏହି ଚିଠି ଲେଖି ଜଣାଇଥିଲେ ଯେ ମୁଁ ସାଧାରଣ ନାଗରିକଙ୍କ ଭଳି ଟିକସ ଦେବାକୁ ଚାହୁଛି। ଲୋକସଭା ନିର୍ବାଚନ ଓ ଅନ୍ୟାନ୍ୟ ପ୍ରତିବଦ୍ଧତା ଯୋଗୁ ମୁଁ ଏହି ଚିଠି ଲେଖିପାରିନଥିଲି। ମୁଁ ଚାହୁଛି ଏହି ପୁରସ୍କାର ରାଶି ଉପରେ ଟିକସ ଆଦାୟ କରାଯାଉ। ୨୦୧୮ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିଓଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ଯେଉଁ ୧.୩ କୋଟି ଟଙ୍କା ମିଳିଥିଲା ତାହା ଉପରେ କୌଣସି ଟିକସ ଲଗାଯିବ ନାହିଁ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ନିଷ୍ପତ୍ତି ନେଇଥିଲା। ସେହି ନିଷ୍ପତ୍ତି ପ୍ରତ୍ୟାହାର କରିନେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର