ତିରୁଅନନ୍ତପୁରମ୍‌: କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ମଙ୍ଗଳବାର ଦିନ ତିରୁଅନନ୍ତପୁରମ୍‌ କେନ୍ଦ୍ରୀୟ ରେଳ ଷ୍ଟେସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘ‌ାଟନ କରିବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା ସେ ସଂପର୍କିତ ୧୦ ଗୁରୁତ୍ବପୂର୍ଣ୍ଣ କଥା।

Advertisment

publive-image www.timesnownews.com

୧. କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ତିରୁଅନନ୍ତପୁରମ୍‌ ଏବଂ କାସରଗୋଡ ମଧ୍ୟରେ ଚାଲିବ। ସେମି ହାଇ ସ୍ପିଡ୍ ଟ୍ରେନ୍ ପ୍ରଥମେ ତିରୁଅନନ୍ତପୁରମ୍‌ ଏବଂ କନ୍ନୁର ମଧ୍ୟରେ ଚାଲିବାକୁ ଯୋଜନା କରାଯାଇଥିଲା କିନ୍ତୁ ପରେ ଏହାକୁ କାସାରାଗୋଡ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
୨. ଏହି ଟ୍ରେନ୍ ତିରୁଅନନ୍ତପୁରମ୍‌, କୋଲାମ, କୋଟାୟମ୍, ଏର୍ନାକୁଲମ୍, ଥ୍ରୀସୁର, ପାଲକ୍କଡ, ପଠାନମିତ୍ର, ମାଲାପୁରମ୍, କୋଜିକୋଡେ, କନ୍ନୁର, ଏବଂ କାସର୍ଗୋଡ୍ ସମେତ ୧୧ଟି ଜିଲ୍ଲା ଦେଇଯିବ।
୩. ଏହା ୮ ଘଣ୍ଟା ମଧ୍ୟରେ ପ୍ରାୟ ୫୮୮ କିଲୋମିଟର ଦୂରତା ଅତିକ୍ରମ କରିବ।
୪. ଟ୍ରେନରେ କୋଲାମ, କୋଟାୟାମ, ଏର୍ନାକୁଲମ ଟାଉନ, ଥ୍ରିସୁର, ଶୋରାନୁର, କୋଜିକୋଡେ, ଏବଂ କନ୍ନୁରଠାରେ ଅଟକି ଅଟକି ଯିବ।
୫. ଟ୍ରେନ୍ ତିରୁଅନନ୍ତପୁରମ୍‌ରୁ ସକାଳ ୫.୨୦ରେ ଛାଡି ରାତି ୧.୨୫ରେ କାସାରାଗୋଡରେ ପହଞ୍ଚିବ।
୬. ଗୁରୁବାର ବ୍ୟତୀତ ସମସ୍ତ ଦିନ ଟ୍ରେନ୍ ଚଳାଚଳ କରିବ।
୭. ଆସନ୍ତାକାଲି ଅପରାହ୍ନ ୨.୩୦ରୁ ଟ୍ରେନଟି  କାସାରାଗୋଡରୁ ନିୟମିତ ସେବା ଯୋଗାଇବ। ତିରୁଅନନ୍ତପୁରମ୍‌ ଷ୍ଟେସନରୁ ଏପ୍ରିଲ୍ ୨୮ରେ ଯାତ୍ରା ଆରମ୍ଭ ହେବ।

୮. କାସାରାଗୋଡରୁ ତିରୁବନନ୍ତପୁରମ୍ ସେଣ୍ଟ୍ରାଲ୍ (ଟ୍ରେନ୍ ନଂ -୨୦୬୩୪) ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଭଡା ୧,୫୨୦ ଟଙ୍କା ହେବ, ଯେଉଁଥିରେ କ୍ୟାଟରିଂ ଚାର୍ଜ ଭାବରେ ୩୦୮ ଟଙ୍କା ଏବଂ ଏକ୍ଜିକ୍ୟୁଟିଭ୍ କ୍ଲାସରେ ୨,୮୧୫ ଟଙ୍କା ରହିବ, ଯେଉଁଥିରେ କ୍ୟାଟରିଂ ଚାର୍ଜ ଭାବରେ୩୬୯ ଟଙ୍କା ଅନ୍ତର୍ଭୁକ୍ତ।
୯. ତିରୁବନନ୍ତପୁରମ୍ ସେଣ୍ଟ୍ରାଲରୁ କାସାରାଗୋଡ୍ (ଟ୍ରେନ୍ ନଂ -୨୦୬୩୪) ପର୍ଯ୍ୟନ୍ତ ବନ୍ଦେ ଭରତ ଏକ୍ସପ୍ରେସର ଭଡା ୧୫୯୦ ଟଙ୍କା ହେବ।

୧୦. ଏହି ଟ୍ରେନରେ ଖାଦ୍ୟ ପସନ୍ଦ ଇଚ୍ଛାଧୀନ ଅଟେ। ଯଦି ଯାତ୍ରୀ 'ନୋ ଫୁଡ୍ ଅପ୍ସନ୍' ଚୟନ କରନ୍ତି ତେବେ କ୍ୟାଟରିଂ ଚାର୍ଜ ଭଡାରେ ମିଶିବ ନାହିଁ ବୋଲି ରେଳବାଇ କହିଛି।