ବୁଡ଼ିଯାଇଥିବା ଋଣ ସୂଚନା ଦେଉନଥିଲା ପିଏମ୍‌ସି ବ୍ୟାଙ୍କ

ମୁମ୍ବାଇ : ପଞ୍ଜାବ ଆଣ୍ଡ୍‌ ମହାରାଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗତକାଲି ଠାରୁ ୬ ମାସର କଟକଣା ଲଗାଇଛନ୍ତି। ଏହି ସମୟ ସୀମା ଭିତରେ ବ୍ୟାଙ୍କ ଋଣ ଦେଇପାରିବ ନାହିଁ। କେବଳ ସେତିକି ନୁହେଁ ଏହାର ଗ୍ରାହକମାନେ ନିଜ ଖାତାରୁ ୧୦୦୦ରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ। ତେବେ ବ୍ୟାଙ୍କ ବିରୋଧରେ ରିଜର୍ଭ ବ୍ୟାଙ୍କର ଏଭଳି କଠୋର ପଦକ୍ଷେପର କାରଣ ଜଣାପଡ଼ିଛି। ବ୍ୟାଙ୍କ ପକ୍ଷରୁ ହାଉସିଂ ଡେଭେଲପ୍‌ମେଣ୍ଟ୍‌ ଆଣ୍ଡ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ଲିମିଟେଡ୍‌ (ଏଚ୍‌ଡିଆଇଏଲ୍‌)କୁ ୨୫୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ସେହି ସଂସ୍ଥାର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲେ ମଧ୍ୟ ବ୍ୟାଙ୍କ ସେହି ଖାତାକୁ ବ୍ୟାଙ୍କ ଏନ୍‌ପିଏ ବର୍ଗରେ ସାମିଲ କରୁନଥିଲା। ସେଥିପାଇଁ ରିଜର୍ଭ ବ୍ୟାଙ୍କ କଠୋର ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧିତ ଖବର