ବିଏସଏନଏଲ ଆରମ୍ଭ କରିବ ୪ଜି ସେବା, ପ୍ରସ୍ତାବକୁ ପିଏମଓର ମଂଜୁରୀ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ଟେଲିକମ ସେବା ଯୋଗାଣକାରୀ କମ୍ପାନି ବିଏସଏନଏଲ ଓ ଏମଟିଏନଏଲର ପୁନରୁଦ୍ଧାର ଯୋଜନାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ଏହି ଯୋଜନା ମାଧ୍ୟମରେ ବିଏସଏନଏଲକୁ ୪ଜି ସ୍ପେକ୍ଟ୍ରମ ପ୍ରଦାନ କରାଯିବ । ସାରା ଦେଶରେ ଏବେ ୫ଜି ସେବା ଲାଗୁ କରିବା ପାଇଁ ଯୋଜନା ଚାଲିଥିବାବେଳେ ଏବେ ବି ବିଏସଏନଏଲ ୩ଜି ସେବାରେ ସୀମିତ ରହିଛି । ଏହା ଫଳରେ କମ୍ପାନିଠାରୁ ଗ୍ରାହକ ଦୂରେଇ ଯାଉଛନ୍ତି । ଏହାଛଡା କ୍ଷତି କମାଇବାକୁ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଗତ ଲୋକସଭା ଅଧିବେଶନ ସମୟରେ କେନ୍ଦ୍ର ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ୪ଜି ସେବା ନଥିବାରୁ ବିଏସଏଲଏଲ ଘରୋଇ କମ୍ପାନିମାନଙ୍କ ସହ ପ୍ରତିଯୋଗିତାରେ ତିଷ୍ଠି ପାରୁନାହିଁ । ଏହାଛଡା ଉଚ୍ଚ କର୍ମଚାରୀ ଖର୍ଚ୍ଚ ଓ ଟେଲିକମ ବଜାରରେ ତଣ୍ଟିକଟା ପ୍ରତିଯୋଗିତା ଯୋଗୁଁ ମଧ୍ୟ ବିଏସଏନଏଲ ପଛେଇଯାଉଛି । ବିଏସଏନଏଲ ଓ ଏମଟିଏନଏଲର କିପରି ସୁଧାର ହୋଇପାରିବ ସେ ସଂପର୍କରେ ରିପୋର୍ଟ ପ୍ରସ୍ତୁତି ପାଇଁ ଆଇଆଇଏମ ଅହମଦାବାଦ ଓ ଡେଲଏଟକୁ ସରକାର ଦାୟିତ୍ୱ ଦେଇଥିଲେ ।

ସମ୍ବନ୍ଧିତ ଖବର