ପିଏନ୍‌ବି ଠକେଇ:ନିରବଙ୍କ ଦୁବାଇ ସମ୍ପତ୍ତି ଜବତ

ଚୋକ୍‌ସିଙ୍କ ହଂକଂ କମ୍ପାନି ନିର୍ଦ୍ଦେଶକ ଗିରଫ

କୋଲକାତା: ‌ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କ ହଂକଂସ୍ଥିତ କମ୍ପାନିର ଜଣେ ନିର୍ଦ୍ଦେଶକଙ୍କୁ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଦୀପକ କୁଲକର୍ଣ୍ଣି ନାମକ ବ୍ୟକ୍ତି ହଂକଂରୁ ଆସି କୋଲକାତା ବିମାନ ବନ୍ଦରରେ ପହଞ୍ଚିବା ପରେ ଇଡି ଅଧିକାରୀମାନେ ତାଙ୍କୁ ସେଠାରେ ଗିରଫ କରିଛନ୍ତି। ମଙ୍ଗଳବାର ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବାର ସମ୍ଭାବନା ରହିଛି।

ନୂଆଦିଲ୍ଲୀ,: ପିଏନବି ମହାଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କର ଦୁବାଇରେ ଥିବା ୧୧ଟି ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଛି। ଏହି ସମ୍ପତ୍ତିର ବଜାର ମୂଲ୍ୟ ୫୬ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏସବୁ ସମ୍ପତ୍ତି ନିରବ ଓ ତାଙ୍କ କମ୍ପାନି ମେସର୍ସ ଫାୟାରଷ୍ଟାର ଡାଇମଣ୍ଡ ଏଫଜେଡଇ ନାମରେ ରହିଥିଲା। ପିଏମଏଲଏ ଆଇନ ଅନୁଯାୟୀ ଏହି ସମ୍ପତ୍ତିକୁ ଜବତ କରାଯାଇଛି। ଖୁବଶୀଘ୍ର ମୁମ୍ବାଇସ୍ଥିତ ଅଦାଲତରୁ ଦୁବାଇସ୍ଥିତ ଅଦାଲତକୁ ସମ୍ପତ୍ତି ଜବତ ସଂକ୍ରାନ୍ତରେ ଏଲଆର ( ଲେଟର୍ସ ରୋ‌ଗାଟୋରି) ପ୍ରେରଣ କରାଯିବ। ଏହି ନ୍ୟାୟିକ ଅନୁରୋଧ ପଠାଯିବା ପରେ ସମ୍ପତ୍ତିକୁ ସ୍ଥାୟୀ ଭାବେ ଜବତ କରିବା ବାଟ ଫିଟିବ। ଉଲ୍ଲେଖଯୋଗ୍ୟ ଯେ, ଗତମାସରେ ନିରବ ମୋଦୀ ଓ ତାଙ୍କ ପରବାର ନାମରେ ନ୍ୟୁୟର୍କର ସେଣ୍ଟ୍ରାଲ ପାର୍କରେ ଥିବା ଦୁଇଟି ଆପାର୍ଟମେଣ୍ଟ ସମେତ ଅନ୍ୟାନ୍ୟ ସମ୍ପତ୍ତି ଇଡି ଜବତ କରିଥିଲା। ଏହାର ମୂଲ୍ୟ ୬୩୭ କୋଟି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର