ପିଏନ୍‌ବିର ଆର୍ଥିକ ଫଳାଫଳରେ ଉନ୍ନତି

ଭୁବନେଶ୍ବର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ର ତ୍ରୟମାସିକ ଆର୍ଥିକ ଫଳାଫଳରେ ଉନ୍ନତି ଆସିଛି। ୨୦୧୮ ଡିସେମ୍ବର ୩୧ରେ ଶେଷ ହୋଇଥିବା ତ୍ରୟମାସରେ ବ୍ୟାଙ୍କର ନିଟ୍ ଲାଭ ୨୪୭ କୋଟି ଟଙ୍କା ରହିଛି। ଉତ୍ତମ ପ୍ରଦର୍ଶନ ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ବ୍ୟାଙ୍କର ପ୍ରଶଂସା କରିଛନ୍ତି। ବିଭିନ୍ନ ସଂସ୍କାର ପଦକ୍ଷେପ ଯୋଗୁ ବି ପିଏନବି ଅନେକ ପୁରସ୍କାର ଲାଭ କରିଛି। ନିରବ ମୋଦୀ ମାମଲା ପଦାକୁ ଆସିବା ପରେ ପିଏନବିର ଆର୍ଥିକ ସ୍ଥିତି ବିଗିଡ଼ିବା ସହ ବ୍ୟାଙ୍କର ମର୍ଯ୍ୟାଦା ପ୍ରତି ଆଞ୍ଚ ଆସିଥିଲା। କିନ୍ତୁ ଏବେ ବ୍ୟାଙ୍କ ଉତ୍କର୍ଷ ପଥରେ ଆଗକୁ ବଢ଼ୁଛି। ସଂସ୍କାର ଦୃଷ୍ଟିରୁ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ପିଏନବି ଶ୍ରେଷ୍ଠ ପ୍ରଦର୍ଶନକାରୀ ହୋଇଛି। ଗତମାସରେ ବ୍ୟାଙ୍କ ‘ଇଜ୍ ରିଫର୍ମସ୍ ଏକ୍ସିଲେନ୍ସି ଆୱାର୍ଡ-୨୦୧୮ ହାସଲ କରିଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ଶେଷ୍ଠତା ପାଇଁ ବିଜନେସ୍ ଟୁଡେ ଓ କେପିଏମଜି ପକ୍ଷରୁ ସମ୍ମାନିତ ହୋଇଛି। ୟୁଆଇଡିଏଆଇ ପକ୍ଷରୁ ବ୍ୟାଙ୍କକୁ ଆଧାର ଉତ୍କର୍ଷ ପୁରସ୍କାର ମିଳିଛି। ଆଇବିଏ ବ୍ୟାଙ୍କିଙ୍ଗ୍ ଟେକ୍ନୋଲୋଜି ଆୱାର୍ଡ ମଧ୍ୟ ଲାଭ କରିଛି। ସେତିକି ନୁହେଁ, ଟପ୍ ରୢାଙ୍କର ମ୍ୟାନେଜମେଣ୍ଟ କ୍ଲବ ପକ୍ଷରୁ ବ୍ୟାଙ୍କର ଏମଡି ତଥା ସିଇଓ ସୁନୀଲ ମେହେଟ୍ଟାଙ୍କୁ ଟପ୍ ରୢାଙ୍କର ଏକ୍ସିଲେନ୍ସ ଆୱାର୍ଡ ମିଳିଛି।

ସମ୍ବନ୍ଧିତ ଖବର