ଭୁବନେଶ୍ୱର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍ବି) ସମ୍ବଲପୁର ମଣ୍ଡଳ ପକ୍ଷରୁ ସମ୍ବଲପୁରଠାରେ ଏକ ଋଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୮୨ ଜଣ ହିତାଧିକାରୀଙ୍କୁ ୪୦.୯୭ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ପୂର୍ବାଞ୍ଚଳ ଆଞ୍ଚଳିକ ପ୍ରବନ୍ଧକ ଏଲ୍. କେ. ମାଲହୋତ୍ରା, ସମ୍ବଲପୁର ମଣ୍ଡଳ ମୁଖ୍ୟ ସୁମନ୍ତ ମହାନ୍ତି ଯୋଗଦେଇଥିଲେ। ଏତଦ୍ବ୍ୟତୀତ ବ୍ୟାଙ୍କ ପକ୍ଷରୁ ମାନେଶ୍ୱର ଶାଖାଠାରେ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ପାଇଁ ଏକ ଶିବିର ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ମଣ୍ଡଳ ପକ୍ଷରୁ ମଣ୍ଡଳର ୬୭ତମ ଶାଖା ସୁବର୍ଣ୍ଣପୁର ଜିଳ୍ଲାର ଉଫୁଲାଠାରେ ଜିଲ୍ଲାପାଳ ଦାଶରଥି ଶତପଥୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏଥିରେ ବ୍ୟାଙ୍କର ବରିଷ୍ଠ ଅଧକାରୀଙ୍କ ସମେତ ବୀରମହାରାଜପୁର ଉପଜିଲ୍ଲାପାଳ ଗୋପିନାଥ ସରକା, ଏଲ୍ଡିଏମ୍ ଜଗଦୀଶ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ପିଏନ୍ବି ପକ୍ଷରୁ ଋଣ ଶିବିର, ନୂଆ ଶାଖା ଉଦ୍ଘାଟିତ
/sambad/media/post_attachments/wp-content/uploads/2018/03/pnb-photo-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)