ମିଆଦୀ ଜମା ସୁଧ ହାର ବଢ଼ାଇଲା ପିଏନ୍‌ବି

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ଜି) ଆଜି ବିଭିନ୍ନ ମିଆଦୀ ଜମା ଉପରେ ସୁଧ ହାର ବୃଦ୍ଧି ଘୋଷଣା କରିଛି। ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ଅବଧିର ମିଆଦୀ ଜମା ଉପରେ ୧.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛି। ନୂଆ ସୁଧ ହାର ଆସନ୍ତା ଜାନୁଆରି ପହିଲାରୁ କାର୍ଯ୍ୟକାରୀ ହେବ।

ସମ୍ବନ୍ଧିତ ଖବର