୨୦୧୧ରୁ ଏପର୍ଯ୍ୟନ୍ତ ପିଏନବି ୪୧,୧୭୮ଟି ଏଲଓୟୁ ଇସ୍ୟୁ କରିଛି, ସେଥିରୁ ମାମୁଁ-ଭଣଜା ନେଇଛନ୍ତି ୧୫୯୦ଟି

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଗତ ୨୦୧୧ ଠାରୁ ଆଜି ସୁଦ୍ଧା ପ୍ରାୟ ୪୧,୧୭୮ ଟି ଲେଟର ଅଫ ଅଣ୍ଡରଟେକିଂ (ଏଲଓୟୁ) ପ୍ରଦାନ କରାଯାଇଛି । ତା ମଧ୍ୟରୁ କେବଳ ନିରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସୀଙ୍କ କମ୍ପାନିଗୁଡ଼ିକୁ ୧୫୯୦ ଟି ଏଲଓୟୁ ଦିଆଯାଇଛି । ଏ ସଂପର୍କରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଗତ ୧୩ ତାରିଖରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ମାନଙ୍କ ଦ୍ୱାରା କର୍ପୋରେଟ ଋଣ ପ୍ରଦାନ ବେଳେ ବ୍ୟବହାର ହେଉଥିବା ଲେଟର ଅଫ ଅଣ୍ଡରଟେକିଂ ଓ ଲେଟର ଅଫ କମ୍ଫଟ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ଏହି ବ୍ୟବସ୍ଥାରେ ଥିବା ଦୂର୍ବଳତାର ଫାଇଦାନେଇ ନିରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସୀ ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩୬୦୦ କୋଟି ଟଙ୍କା ଠକି ନେଇଯାଇଛି । ଏହି ଠକେଇ ଖବର ଜଣାପଡିବା ପରେ ଏହି ଲେଟର ଅଫ ଅଣ୍ଡରଟେକିଂ ବ୍ୟବସ୍ଥାକୁ ନେଇ ବିବାଦ ଉଠିଥିଲା ଓ ରିଜର୍ଭ ବ୍ୟାଙ୍କ ଆଡକୁ ମଧ୍ୟ ଅଙ୍ଗୁଳି ଉଠିଥିଲା । ଆଗକୁ ଯେପରି ପିଏନପି ପରି ବ୍ୟାଙ୍କ ଠକେଇ ନହେବ ସେଥିପାଇଁ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି । ତେବେ ବ୍ୟାଙ୍କ ଗ୍ୟାରେଣ୍ଟି ଓ ଲେଟର ଅଫ କ୍ରେଡିଟ ବ୍ୟବସ୍ଥା ଅବ୍ୟାହତ ରହିବ ।

ସମ୍ବନ୍ଧିତ ଖବର