ଭୁବନେଶ୍ବର : ରାଷ୍ଟ୍ରୟତ୍ତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି)ର ନୂଆ ଆଞ୍ଚଳିକ ପ୍ରବନ୍ଧକ ଭାବେ ସଞ୍ଜୀବ ଭରଦ୍ବାଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସରେ ଆଇଟି ଅଫିସର ଭାବେ ୧୯୯୭ରେ ଯୋଗ ଦେଇଥିଲେ ଓ ୨୦୨୦ରେ ମହାପ୍ରବନ୍ଧକ ପଦରେ ଅବସ୍ଥାପିତ ହୋଇଥିଲେ। ପିଏନ୍ବି ସହିତ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସର ମିଶ୍ରଣ ହୋଇସାରିଛି। ଶ୍ରୀ ଭରଦ୍ବାଜଙ୍କ ପାଖରେ ଦୀର୍ଘ ୨୩ ବର୍ଷର ଅଭିଜ୍ଞତା ରହିଛି। ଏହା ପୂର୍ବରୁ ସେ ଫିନ୍ଟେକ୍ ଡିଭିଜନ୍ର ଡିଭିଜନାଲ୍ ହେଡ୍ ଭାବେ କାର୍ଯ୍ୟ କରୁଥିଲେ। ସେ ଆଗାମୀ ଦିନରେ ରିଟେଲ୍, କୃଷି ଓ ଏମ୍ଏସ୍ଏମ୍ଇ କ୍ଷେତ୍ର ଉପରେ ଗୁରୁତ୍ବାରୋପ କରିବେ ଏବଂ ଡିଜିଟଲ୍ ବ୍ୟାଙ୍କିଙ୍ଗ୍ ସୁବିଧାକୁ ଅଧିକ ଲୋକପ୍ରିୟ କରିବା ଉପରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ପିଏନ୍ବିର ନୂଆ ଆଞ୍ଚଳିକ ପ୍ରବନ୍ଧକ
/sambad/media/post_attachments/wp-content/uploads/2021/04/PNB.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)