ଭୁବନେଶ୍ବର : ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି) ସହିତ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମିଶ୍ରଣ ହୋଇଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ପିଏନ୍ବି ପକ୍ଷରୁ ଜାଗମରା ଠାରେ ପ୍ରଥମ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯାଇଛି। ଏହା ଅଧୀନରେ ରାଜ୍ୟର ୫ଟି ମଣ୍ଡଳ କାର୍ଯ୍ୟାଳୟ ସମେତ ୩୭୧ଟି ଶାଖା ରହିଛି। ନୂତନ ଭାବେ ଗଠିତ ଭୁବନେଶ୍ବର କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ଭାବେ ଅଶ୍ବିନୀ କୁମାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଓଡ଼ିଶା ରାଜ୍ୟ ଆଞ୍ଚଳିକ କାର୍ଯ୍ୟାଳୟ କୋଲକାତା ଦ୍ବାରା ପରିଚାଳିତ ହେଉଥିଲା। ଏବେ କିନ୍ତୁ ଭୁବନେଶ୍ବରରେ ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିବା ବେଳେ କଟକ, ବାଲେଶ୍ବର ଓ ବ୍ରହ୍ମପୁରରେ ତିନିଟି ନୂଆ ମଣ୍ଡଳ କାର୍ଯ୍ୟାଳୟ ଖୋଲାଯାଇଛି। ମିଶ୍ରଣ ପୂର୍ବରୁ ବ୍ୟାଙ୍କର ଭୁବନେଶ୍ୱର ଓ ସମ୍ବଲପୁର ୨ଟି ମଣ୍ଡଳ କାର୍ଯ୍ୟାଳୟ ଥିଲା। ବ୍ୟାଙ୍କିଙ୍ଗ ଶିଳ୍ପରେ ପିଏନ୍ବିର ୫% ବଜାର ଅଂଶ ରହିଥିବା ବେଳେ ତାହାକୁ ଆଗାମୀ ଦିନରେ ଆହୁରି ବୃଦ୍ଧି କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି। ଏମ୍ଏସ୍ଏମ୍ଇ ଓ କୃଷି ଋଣକୁ ବ୍ୟାଙ୍କ ଅଧିକ ଗୁରୁତ୍ବ ଦେବ।
ପିଏନ୍ବି ଖୋଲିଲା ପ୍ରଥମ ଆଞ୍ଚଳିକ କାର୍ଯ୍ୟାଳୟ
/sambad/media/post_attachments/wp-content/uploads/2020/07/pnb-photo-bbsr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)