ପିଏନ୍‌ବି-ପତଞ୍ଜଳିର କୋ-ବ୍ରାଣ୍ଡେଡ୍‌ କ୍ରେଡିଟ୍ କାର୍ଡ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ପତଞ୍ଜଳି ଓ ରୁପେ ସହିତ ମିଶି କୋ-ବ୍ରାଣ୍ଡେଡ୍‌ କ୍ରେଡିଟ୍ କାର୍ଡ ଉନ୍ମୋଚନ କରାଯାଇଛି। ପିଏନ୍‌ବି ରୁପେ ପ୍ଲାଟିନମ୍ ଓ ପିଏନ୍‌ବି ରୁପେ ସିଲେକ୍ଟ୍‌ ଭଳି ଦୁଇଟି ଭାରିଆଣ୍ଟ୍‌ରେ ଏହା ଆସିଛି। ଏଥିରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଲାଭ ରହିଛି। ଏହି କ୍ରେଡିଟ୍ କାର୍ଡକୁ ବ୍ୟବହାର କରି ଗ୍ରାହକମାନେ କ୍ୟାସବ୍ୟାକ୍, ଲୟାଲଟି ପଏଣ୍ଟ୍‌, ବୀମା ସୁରକ୍ଷା ଓ ପତଞ୍ଜଳି ଉତ୍ପାଦ କିଣିବା ବେଳେ ସହଜ କ୍ରେଡିଟ୍ ସେବା ପାଇପାରିବେ। ପତଞ୍ଜଳି ଷ୍ଟୋର୍‌ରେ କିଣାକିଣି ବେଳେ ଗ୍ରାହକମାନେ ୨% କ୍ୟାସ୍‌ବ୍ୟାକ୍ ପାଇପାରିବେ। ଗ୍ରାହକମାନଙ୍କୁ ୱେଲକମ୍ ବୋନସ୍ ଭାବେ ୩୦୦ ରିୱାର୍ଡ ପଏଣ୍ଟ୍ ମିଳିବ। ଏହା ବ୍ୟତୀତ ଡୋମେଷ୍ଟିକ୍ ଓ ଆନ୍ତର୍ଜାତିକ ବିମାନବନ୍ଦର ଲାଉଞ୍ଜରେ ପ୍ରବେଶ ସୁବିଧା, ପିଏନ୍‌ବି ଜିନ୍ ମୋବାଇଲ୍ ଆପ୍ ବ୍ୟବହାର କରିବା, ଏଡ୍‌ଅନ୍ କାର୍ଡ ସୁବିଧା ଆଦି ମିଳିବ। ଏହି କାର୍ଡ ପାଇଁ ଶୂନ ପ୍ରବେଶ ଶୁଳ୍କ ରହିଥିବା ବେଳେ ବାର୍ଷିକ ଶୁଳ୍କ ୫୦୦-୭୫୦ ଟଙ୍କା ରହିଛି।

ସମ୍ବନ୍ଧିତ ଖବର