କାମ ଦେଉନି ଚୀନ ଉତ୍ପାଦ ବର୍ଜନ ସ୍ଲୋଗାନ: ଗୋଟିଏ ଦିନରେ ବିକ୍ରି ହେଲା ୧ ଲକ୍ଷ ୩୦ ହଜାର ଚାଇନା ଫୋନ

ନୂଆଦିଲ୍ଲୀ: କିଛି ଦିନ ପୂର୍ବେ ଚୀନ ନିର୍ମିତ ସାମଗ୍ରୀକୁ ବର୍ଜନ ନେଇ ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ବ୍ୟବସାୟୀ ସଂଘ ମାନେ ସ୍ୱର ଉତ୍ତୋଳନ କରିଥିଲେ | ଲଦାଖ ସୀମାରେ ଭାରତୀୟ ଯବାନ ଓ ଚୀନ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପରେ ଭାରତ ସରକାର ମଧ୍ୟ ଚାଇନିଜ ଆପଗୁଡିକୁ ବ୍ୟାନ କରିଥିଲେ | ତେବେ ଏହାର କିଛି ଦିନ ପରେ ଧୀରେ ଧୀରେ ଲୋକଙ୍କର ଚାଇନା ନିର୍ମିତ ଉତ୍ପାଦ ପ୍ରତି ପୁଣି ମୋହ ଲାଗିଥିବାର ଅନୁମାନ କରାଯାଉଛି | କାରଣ ଆକଳନ ଦର୍ଶାଉଛି ଯେ ଲୋକମାନେ ବର୍ତ୍ତମାନ ଚାଇନାର ସ୍ମାର୍ଟଫୋନ୍ କିଣୁଛନ୍ତି। ଚାଇନାର ସ୍ମାର୍ଟଫୋନ୍ ସାଓମି ର ଏକ ବ୍ରାଣ୍ଡ୍ ହେଉଛି ପୋକୋ(poco) |


୧୫ ସେପ୍ଟେମ୍ବରରେ ପୋକୋ ଏମ୨ ର ପ୍ରଥମ ବିକ୍ରୟ ଥିଲା | ଆଉ ଗୋଟିଏ ଦିନରେ ପାଖାପାଖି ୧.୩୦ ଲକ୍ଷ ସ୍ମାର୍ଟଫୋନ୍ ବିକ୍ରି ହୋଇଥିବା କମ୍ପାନୀ ଦାବି କରିଛି। ପୋକୋ ଏମ୨ର ପ୍ରାରମ୍ଭିକ ମୂଲ୍ୟ ହେଉଛି ୧୦୯୯୯ ଟଙ୍କା ଏବଂ ଏହି ସ୍ମାର୍ଟଫୋନରେ ୫୦୦୦ଏମଏଚ ବ୍ୟାଟେରୀ ଯୋଗାଇ ଦିଆଯାଇଛି | କିଛି ଦିନ ତଳେ କମ୍ପାନୀ ଏହାକୁ ଭାରତରେ ଲଞ୍ଚ କରିଥିଲା ​​ଏବଂ ପ୍ରଥମ ବିକ୍ରୟ ସେପ୍ଟେମ୍ବର ୧୫ ରେ ହୋଇଥିଲା।

୬ ଜିବି ରାମ,୬୪ ଜିବି ଷ୍ଟୋରେଜ ଓ ୬ ଜିବି ରାମ, ୧୨୮ ଜିବି ଷ୍ଟୋରେଜ୍ ଭଳି ଦୁଇଟି ମଡେଲରେ ଉପଲବ୍ଧ ଏହି ଫୋନର ଟପ୍ ମଡେଲର ମୂଲ୍ୟ ୧୨,୪୯୯ ଟଙ୍କା ରହିଛି | ଏହି ସ୍ମାର୍ଟଫୋନରେ ୬.୫୩ ଇଞ୍ଚ ଫୁଲ୍ ଏଚଡ଼ି ପ୍ଲସ୍ ଡିସପ୍ଲେ ଅଛି | ଏହି ସ୍ମାର୍ଟଫୋନରେ ମିଡିଆ ଟେକ୍ ହେଲିଓ ଜି-୮୦ ପ୍ରୋସେସର ଦିଆଯାଇଛି | ପୋକୋ ଏମ୨ରେ ଚାରୋଟି କ୍ୟାମେରା ଅଛି |

ସମ୍ବନ୍ଧିତ ଖବର