ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଗାଡ଼ିମାଲିକ ଗଣିବେ ୧୮% ଜିଏସ୍‌ଟି

ନୂଆଦିଲ୍ଲୀ: ପ୍ରଦୂଷଣ ପ୍ରମାଣପତ୍ର ହାସଲ ପାଇଁ ଗାଡ଼ିମାଲିକମାନେ ୧୮% ଜିଏସ୍‌ଟି ଦେବେ। ଭେଙ୍କଟେଶ ଅଟୋମୋବାଇଲ୍ସ ପକ୍ଷରୁ ଆବେଦନ କରାଯାଇଥିବା ଏକ ମାମଲାର ବିଚାରକରି ଏଏଆର୍‌ (ଅଥରିଟି ଅଫ୍‌ ଆଡଭାନ୍ସ ରୁଲିଂ) ଗୋଆ ପକ୍ଷରୁ ଏହି ରାୟ ଦିଆଯାଇଛି। ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ମଧ୍ୟରେ ଅଛି କି ନାହିଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେ ସଂକ୍ରାନ୍ତ ପ୍ରମାଣପତ୍ର ପ୍ରଦାନ ସେବା ଜିଏସଟି ମୁକ୍ତ କି ନାହିଁ ତାହାର ଶୁଣାଣି କରି ଏଏଆର୍‌ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକଙ୍କୁ ଆବେଦନକାରୀ ପ୍ରଦାନ କରୁଥିବା ସେବା ପାଇଁ ସର୍ଭିସ ଚାର୍ଜ ଆଦାୟ କରୁଥିବାରୁ ଜିଏସ୍‌ଟି ଦେବାକୁ ହେବ ବୋଲି ଏଏଆର କହିଛନ୍ତି।

ସମ୍ବନ୍ଧିତ ଖବର