ଭୁବନେଶ୍ବର: ଉନ୍ନତ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଓ ପରିବେଶ ପରିଚାଳନା ବ୍ୟବସ୍ଥା ଗ୍ରହଣ କରିଥିବା ନାଲ୍କୋର ପଞ୍ଚପଟ୍ଟମାଳି ବକ୍ସାଇଟ୍ ଖଣିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସମ୍ମାନଜନକ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର ୨୦୨୧ ପ୍ରଦାନ କରାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅୟୋଜିତ ଏକ ଉତ୍ସବରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ପୁରସ୍କାରକୁ ନାଲ୍କୋ ଟିମ୍କୁ ହସ୍ତାନ୍ତର କରିଛନ୍ତି। ଏହି ପରିପ୍ରେକ୍ଷୀରେ ନାଲ୍କୋ ସିଏମ୍ଡି ଶ୍ରୀଧର ପାତ୍ର ଖଣି ଟିମ୍କୁ ଅଭିନନ୍ଦନ ଜଣାଇବା ସହିତ ଉନ୍ନତ ପରିବେଶ ପରିଚାଳନା ପାଇଁ କମ୍ପାନିର ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ନାଲକୋ କର୍ମଚାରୀମାନଙ୍କ ପରିବେଶ ସୁରକ୍ଷା ପାଳନ ନିଗରେ ନିରନ୍ତର ପ୍ରୟାସ ତଥା ନିଷ୍ଠାର ସହ କାର୍ଯ୍ୟ ସଂପାଦନ ଯୋଗୁ ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପାତ୍ର କହିଛନ୍ତି।
ନାଲ୍କୋ ପଞ୍ଚପଟ୍ଟମାଳି ବକ୍ସାଇଟ୍ ଖଣିକୁ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର
/sambad/media/post_attachments/wp-content/uploads/2021/09/465g4ag65d45g6dadadadadadadadadadadadada.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)