ଭୁବନେଶ୍ୱର : ଭାରତୀୟ ତୈଳ ନିଗମ ଲିମିଟେଡ(ଆଇଓସିଏଲ୍) ପକ୍ଷରୁ ପାରାଦୀପଠାରେ ନିର୍ମାଣାଧୀନ ପଲିପ୍ରପିଲିନ୍ ୟୁନିଟ୍ ଆସନ୍ତା ଜୁନ୍ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏଠାରୁ ବାର୍ଷିକ ୭,୦୦,୦୦୦ ଟନ୍ ପଲିପ୍ରପିଲିନ୍ ଉତ୍ପାଦନ ହେବ। ପଲିପ୍ରପ୍ଲିନ୍ ଉତ୍ପାଦନ ଆରମ୍ଭ ହେବାର ୩ ମାସ ମଧ୍ୟରେ କମ୍ପାନି ପ୍ଲାଷ୍ଟିକ ଶିଳ୍ପ ଗୁଡ଼ିକୁ ଏହାର ଯୋଗାଣ ଆରମ୍ଭ କରିବ ବୋଲି ପାରାଦୀପ ତୈଳ ବିଶୋଧନାଗାରର କାର୍ଯ୍ୟନିର୍ବାହୀ ନିର୍ଦେଶକ ଜି. ଏସ୍. ସିଂହ କହିଛନ୍ତି।
ପଲିପ୍ରପିଲିନ୍କୁ କଞ୍ଚାମାଲଭାବେ ଉପଯୋଗ କରି ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ କାରଖାନା ସ୍ଥାପନ କରିବାକୁ ଥିବା ଆଗ୍ରହୀ ଉଦ୍ୟୋଗୀମାନଙ୍କ ପାଇଁ ଏକ ନିବେଶକ ସମ୍ମିଳନୀ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରଠାରେ ଆୟୋଜନ କରାଯାଇଛି। ଏଥିରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଅନନ୍ତ କୁମାର ଏବଂ ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ସମ୍ମିଳନୀରେ ପୂର୍ବ ଭାରତରୁ ପ୍ରାୟ ୪୦୦ ନିବେଶକ ଯୋଗଦେବାର ଆଶା ରଖାଯାଇଛି ବୋଲି ଆଇଓସିଏଲ ପକ୍ଷରୁ ସୂଚନା ଦିିଆଯାଇଛି। ଏହି ଏହି ସମ୍ମିଳନୀ ମୁଖ୍ୟତଃ ସମ୍ଭାବ୍ୟ ପୁଞ୍ଜିନିବେଶକାରୀଙ୍କ ନୀତି ନିର୍ଦ୍ଧାରକ, ଅଗ୍ରଣୀ ବ୍ୟବସାୟୀ ଏବଂ ଷ୍ଟାର୍ଟଅପ ଇନକ୍ୟୁବେଟରଙ୍କ ସହ ଆଲୋଚନା ପାଇଁ ଏକ ମଞ୍ଚ ପ୍ରଦାନ କରିବ। ଏହି ଅବସରରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ।ଏହି ଅବସରରେ ଆଇଓସିଏଲ, ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ ପ୍ରୀତିଶ ଭରତ, ପେଟ୍ରୋକେମିକାଲର ମୁଖ୍ୟ ପ୍ରବନ୍ଧକ ସୁଜୟ ଚୌଧୁରୀ ଏବଂ ଇଣ୍ଡିଆନ ଅଏଲର ବରିଷ୍ଠ କର୍ମକର୍ତାମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/madhu-Indian-Oil-ra-Pressmeet2.jpg)