ଆସୁଛି ପୂଜା: ମାସକୁ ୫-୮ଟି ନୂଆ ଷ୍ଟୋର ଖୋଲୁଛି ଭି-ମାର୍ଟ

ପୂଜାରେ ଗ୍ରାହକ ପାଇବେ ସୁନା କଏନ୍ ଉପହାର

ଭୁବନେଶ୍ବର: ଦେଶର ଅଗ୍ରଣୀ ଫେସନ ସାମଗ୍ରୀ ବିକ୍ରେତା ଭି-ମାର୍ଟ ପକ୍ଷରୁ ଦେଶର କୋଣ ଅନୁକୋଣରେ ଥିବା ଗ୍ରାହକଙ୍କ ନିକଟରେ ପହଞ୍ଚିବା ଲାଗି ନିରନ୍ତର ଉଦ୍ୟମ ଜାରି ରହିଛି। ପୁରୁଷ, ମହିଳା ଓ ଶିଶୁଙ୍କ ପାଇଁ ଆକର୍ଷଣୀୟ ଓ ଗୁଣାତ୍ମକ ପୋଷାକ ସାମଗ୍ରୀ ବିକ୍ରି କରୁଥିବା ଏହି ଅଗ୍ରଣୀ ଅନୁଷ୍ଠାନ ନିଜ ଷ୍ଟୋର ସଂଖ୍ୟାକୁ ଦ୍ରୁତ ଗତିରେ ବଢ଼ାଉଛି। ପ୍ରତି ମାସରେ ଆମେ ୫-୮ଟି ନୂଆ ଷ୍ଟୋର୍‌ ଖୋଲୁଛୁ ବୋଲି ଭି-ମାର୍ଟର ସିଓଓ ବିନୀତ ଜୈନ କହିଛନ୍ତି। ସାରା ଦେଶରେ କଂପାନିର ୩୫୦ରୁ ଅଧିକ ଷ୍ଟୋର୍‌ ଥିବା ବେଳେ ଓଡ଼ିଶାରେ ୯ଟି ଷ୍ଟୋର୍‌ ରହିଛି। କିଛି ଦିନ ତଳେ କଂପାନି ଏହାର ନୂଆ ଷ୍ଟୋର ରାଉରକେଲାରେ ଖୋଲିଥିଲା। କଂପାନି ୮-୧୦ ହଜାର ବର୍ଗଫୁଟ ସ୍ଥାନରେ ଷ୍ଟୋର୍‌ ସ୍ଥାପନ କରି ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରୁଛି। ଷ୍ଟୋର୍‌ଗୁଡ଼ିକରେ ବିଭିନ୍ନ ପ୍ରକାର ପୋଷାକର ଅଲଗା ଅଲଗା ସେଲ୍‌ଫ ରହିଛି। ପୋଷାକଗୁଡ଼ିକୁ ବେଶ ଆକର୍ଷଣୀୟ ଢଙ୍ଗରେ ପ୍ରଦର୍ଶିତ କରାଯାଉଛି।

ପୂଜା ବଜାରକୁ ନଜରରେ ରଖି ଗ୍ରାହକମାନଙ୍କ ଲାଗି ଭି-ମାର୍ଟ ଆକର୍ଷଣୀୟ ଅଫର ଘୋଷଣା କରିଛି। ଚଳିତ ମାସ ୧ ତାରିଖ ଠାରୁ ଏହି ଅଫର ଆରମ୍ଭ ‌ହୋଇଛି ଯେଉଁଥିରେ ଗ୍ରାହକମାନେ ୨୫୦୦ ଟଙ୍କା ମୂଲ୍ୟର ସାମଗ୍ରୀ କିଣିଲେ ୧୦୦୦ ଟଙ୍କା ମୂଲ୍ୟର ବେଡ୍‌ସିଟ୍‌କୁ ମାତ୍ର ୯୯ ଟଙ୍କାରେ ପାଇପାରିବେ। ପାଞ୍ଚ ହଜାର ଟଙ୍କାରୁ ଅଧିକ ମୂଲ୍ୟର କିଣାକିଣି କରୁଥିବା ଗ୍ରାହକଙ୍କୁ ସୁନା କଏନ ଉପହାର ଦିଆଯାଉଛି ବୋଲି ଶ୍ରୀ ଜୈନ କହିଛନ୍ତି। ପୂଜା ବଜାର ପାଇଁ କଂପାନି ଷ୍ଟୋର୍‌ଗୁଡ଼ିକରେ ଫାଷ୍ଟ ଫେସନ୍, ଏଥନିକ୍ ଓୟାର, ପୁରୁଷଙ୍କ ପାଇଁ ଫୁଲ ସ୍ଲିଭ୍ ସାର୍ଟ ଓ ଶୀତ ଋତୁର ଆବଶ୍ୟକତା ଲାଗି ସ୍ବେଟ୍ ସାର୍ଟ ବର୍ଗମାଳାକୁ ସାମିଲ କରିଛି। ସବୁ ପୋଷାକକୁ ଗ୍ରାହକମାନେ ବେଶ ପସନ୍ଦ କରିବେ ବୋଲି ସେ କହିଛନ୍ତି।

ଶ୍ରୀ ଜୈନ କହିଛନ୍ତି ଯେ କଂପାନିର ମୋଟ ବିକ୍ରିରେ ପୁରୁଷ ପୋଷାକର ଅବଦାନ ୩୫-୩୬% ରହିଥିବା ବେଳେ ମହିଳା ପୋଷାକର ୨୯-୨୫% ଓ ଶିଶୁ ପୋଷାକର ଅବଦାନ ୨୫-୨୭% ଭଳି ସ୍ତରରେ ରହୁଛି। ‌କରୋନା ମହାମାରୀ ବ୍ୟାପିବା ପରେ ତାହାର ମୁକାବିଲା ଲାଗି ଘୋଷଣା ହୋଇଥିବା ଲକ୍‌ଡାଉନ୍ ସମୟରେ ପୋଷାକ ବଜାର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଏବେ କିନ୍ତୁ ସ୍ଥିତିରେ ଅନେକ ସୁଧାର ଘଟିଛି। ଓଡ଼ିଶା ଭଳି ରାଜ୍ୟରେ ବଜାର ବେଶ ସ୍ବାଭାବିକ ହୋଇଗଲାଣି। ବିକ୍ରିରେ ଦ୍ରୁତ ସୁଧାର ହେଉଛି। ଉତ୍ସବ ସମୟରେ ସବୁ କିଛି ସ୍ବାଭାବିକ ହୋଇଯିବାର ସମ୍ଭାବନା ରହିଛି। ପୂଜା ସମୟରେ ବହୁ ସଂଖ୍ୟକ ଗ୍ରାହକ ଷ୍ଟୋର୍‌ରେ ପ୍ରବେଶ କରିବେ ବୋଲି ସେ କହିଛନ୍ତି। ଭି-ମାର୍ଟ ଷ୍ଟୋର୍‌ରେ ସପିଙ୍ଗ୍‌ କରୁଥିବା ଗ୍ରାହକମାନେ ହାରାହାରି ଏକ ହଜାର ଟଙ୍କା ମୂଲ୍ୟର ସାମଗ୍ରୀ କିଣିଥାନ୍ତି ବୋଲି ସେ କହିଛନ୍ତି। ଏବେ ଯେଉଁ ଗ୍ରାହକମାନେ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ କିଣାକିଣି କରୁଛନ୍ତି ବୋଲି ଶ୍ରୀ ଜୈନ କହିଛନ୍ତି।

ସମ୍ବନ୍ଧିତ ଖବର