ଅଡି କ୍ୟୁ୩ ସ୍ପୋର୍ଟବ୍ୟାକ୍‌ର ମୂଲ୍ୟ ୫୪,୨୨,୦୦୦ ଟଙ୍କା (ଏକ୍ସ ସୋ’ରୁମ୍‌)। ଏଥିରେ ୪ ସିଲିଣ୍ଡର୍‌ ଓ ୧୯୮୪ ସିସିର ପେଟ୍ରୋଲ୍‌ ଚାଳିତ ଇଞ୍ଜିନ୍‌ ରହିଛି। ଇଞ୍ଜିନ୍‌ର ଶକ୍ତି ୧୯୦ ବିଏଚ୍‌ପି, ଯାହାକି ଏହି ସେଗ୍‌ମେଣ୍ଟ୍‌ର ଉତ୍କୃଷ୍ଟ ବୈଶିଷ୍ଟ୍ୟ। ଏହା ଟର୍ବୋ ବ୍ଲୁ ସଲିଡ୍‌, ଗ୍ଲାସିୟର୍‌ ହ୍ବାଇଟ୍‌ ମେଟାଲିକ୍‌, କ୍ରୋନୋସ୍‌ ଗ୍ରେ ମେଟାଲିକ୍‌, ମିଥସ୍‌ ବ୍ଲାକ୍‌ ମେଟାଲିକ୍‌, ନଭା ବ୍ଲୁ ମେଟାଲିକ୍‌ ପରି ୫ଟି ରଙ୍ଗରେ ଉପଲବ୍ଧ। ଏଥିରେ କ୍ବାଟ୍ରୋ ୪ ହ୍ବିଲ୍‌ ଡ୍ରାଇଭ୍‌ ସିଷ୍ଟମ୍‌ ଓ ୬ଟି ଏୟାର୍‌ବ୍ୟାଗ୍‌ ରହିଛି। ଏହା ମଧ୍ୟରେ ୩୦ ପ୍ରକାରର ବିଭିନ୍ନ ଆଲୋକ ବ୍ୟବସ୍ଥା ମଧ୍ୟ ରହିଛି। ଏଥିରେ ଶିଶୁଙ୍କ ସୁରକ୍ଷା ପାଇଁ ଆଇଏସ୍‌ଓଏଫ୍‌ଆଇଏକ୍ସ କମ୍ପାଟିବିଲିଟିରେ ସିଟ୍‌ ବେଲ୍‌ଟ ମଧ୍ୟ ରହିଛି। ସ୍ପୋର୍ଟବ୍ୟାକ୍‌ର ସର୍ବାଧିକ ବେଗ ଘଣ୍ଟା ପ୍ରତି ୨୨୦ କି.ମି. ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ବଜାରରେ ଏହାର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହେଉଛି ମର୍ସିଡିଜ୍‌ ବେଞ୍ଜ୍ ଜିଏଲ୍‌ଏ, ବିଏମ୍‌ଡବ୍ଲୁ ଏକ୍ସ୧ ଓ ଭଲ୍‌ଭୋ ଏକ୍ସସି୪୦।