ନୂଆଦିଲ୍ଳୀ: ଯଦି ଆପଣ ନିଜ ଭବିଷ୍ୟତକୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ରଖିବାକୁ ଚାହାନ୍ତି ତ ପୋଷ୍ଟ୍ ଅଫିସ୍ ବା ଭାରତୀୟ ଡାକର ବିଭିନ୍ନ ଯୋଜନାରେ ନିବେଶ କରିପାରିବେ। ପୋଷ୍ଟ୍ ଅଫିସ୍ରେ ସିନିୟର୍ ସିଟିଜେନ୍ ସେିଭିଂ ସ୍କିମ୍ (ଏସ୍ସିଏସ୍ଏସ୍)ରେ ଆପଣ ନିବେଶ କରିପାରିବେ। ଏଥିରେ ସୁଧ ହାର ଅନ୍ୟ ସଂସ୍ଥା ଅପେକ୍ଷା ନିଶ୍ଚିତ ଅଧିକ ମିଳିବ।
ଅନ୍ୟ ସବୁ ସ୍କିମ୍ରେ ୬ ପ୍ରତିଶତ କିମ୍ବା ଅତିବେଶିରେ ୭ ପ୍ରତିଶତ ସୁଧ ମିଳୁଥିବା ବେଳେ ଆମେ ଯେଉଁ ସ୍କିମ୍ ବିଷୟରେ କହୁଛୁ, ସେଥିରେ ଆପଣଙ୍କୁ ୮.୨ ପ୍ରତିଶତ ସୁଧ ମିଳିବ। ବ୍ୟାଙ୍କ୍ ଓ ଡାକରେ ନିୟମିତ ଭାବେ ଦିଆଯାଉଥିବା ଜମା ଯୋଜନା ଅପେକ୍ଷା ଏଥିରେ ଯଥେଷ୍ଟ ଅଧିକ ସୁଧ ମିଳିବ।
ସିନିୟର୍ ସିଟିଜେନ୍ ବା ବରିଷ୍ଠ ନାଗରିକଙ୍କ ଏହି ଯୋଜନାରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୌଣସି କର ଲାଗିବ ନାହିଁ। ବରିଷ୍ଠ ନାଗରିକଙ୍କ ଏହି ସ୍କିମ୍ରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ। ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ୩ ମାସକୁ ଥରେ ସୁଧ ଉଠାଇ ପାରିବେ।
ତେବେ ଏହା କେବଳ ୬୦ରୁ ଅଧିକ ବର୍ଷ ହୋଇଥିବା ବୟସ୍କଙ୍କ ପାଇଁ। ଏହି ସ୍କିମ୍ରେ ସମସ୍ତେ ଜମା କରିପାରିବେ ନାହିଁ। ଯଦି ଲକିଂ ପରିୟଡ୍ ପୂର୍ବରୁ କେହି ଟଙ୍କା ଉଠାଉଛନ୍ତି ତ ତାଙ୍କୁ ଚାର୍ଜ ଦେବାକୁ ପଡ଼ିପାରେ। ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା ଏହି ସ୍କିମ୍ର ଲକିଂ ପିରିୟଡ୍ ୫ ବର୍ଷ ରହିଛି। ଏହାକୁ ଆହୁରି ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ।