ନୂଆଦିଲ୍ଲୀ: ସମଗ୍ର ଦେଶରେ ବିଭନ୍ନ ଡାକଘରେ ଜମା ଖାତାରେ ୯,୩୯୫ କୋଟି ଟଙ୍କା ପଡ଼ି ରହିଛି। ସର୍ବାଧିକ ୨,୪୨୯କୋଟି ଟଙ୍କା କିସାନ୍‌ ବିକାଶ ପତ୍ରରେ ପଡ଼ି ରହିଛି। ଏହାପରେ ମାସିକ ଆୟ ସ୍କିମ୍‌ରେ ୨,୦୫୬କୋଟି ଟଙ୍କା, ଏନ୍‌ଏସ୍‌ସିରେ ୧,୮୮୮ କୋଟି ଟଙ୍କା ରହିଛି। ଏହାର କେହି ଦାବିଦାର ନଥିବା ବୋଲି ସୂଚନା ମିଳିଛି।

Advertisment

publive-image

ସବୁଠାରୁ ବଡ଼ କଥା ହେଉଛି, ଡାକଘରେ ଥିବା ୯,୩୯୫ କୋଟି ଟଙ୍କା ମଧ୍ୟରୁ ଅଧିକାଂଶ ପଶ୍ଚିମବଙ୍ଗ, ଦିଲ୍ଲୀ,ପଞ୍ଜାବ ଓ ଉତ୍ତର ପ୍ରଦେଶର ଡାକଘରେ ଜମା ରହିଛି। ଏହା ପୂର୍ବରୁ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ଖାତରେ ବିପୁଳ ପରିମାଣର ଅର୍ଥର କେହି ଦାବିଦାର ନଥିବା କଥା ସାମ୍ନାକୁ ଆସିଥିଲା।

publive-image

ସରକାରଙ୍କ ଆକଳନ ମୁତାବକ, ୨୦୧୮ ୩୧ ମାର୍ଚ୍ଚରେ ୧୫, ୧୬୬.୪୭ କୋଟି ଟଙ୍କାର ଦାବିଦାର ନଥିବା ଜଣାପଡ଼ିଥିଲା। ଏମିତି କମ୍ପାନି ତାଲିକାରେ ସାର୍ବଜନିକ କ୍ଷେତ୍ରର କମ୍ପାନି ଜୀବନ ବିମା ନିଗମ ଶୀର୍ଷରେ ରହିଛି। ଏହି କମ୍ପାନି ପାଖରେ ପାଖାପାଖି ୧୦, ୫୦୯କୋଟି ଟଙ୍କା ଅଛି। ଏହି ଟଙ୍କାର କେହି ହେଲେ ଦାବିଦାର ନାହାନ୍ତି। ସେହିପରି ଘରୋଇ କମ୍ପାନି ପାଖର ଏମିତି ୪, ୬୫୭.୪୫ କୋଟି ଟଙ୍କା ପଡ଼ି ରହିଛି।