ଏବେ ଅନଲାଇନରେ ଖୋଲନ୍ତୁ ପିପିଏଫ୍‌ ଖାତା

ଭୁବନେଶ୍ୱର: ଏବେ ଅନଲାଇନରେ ଖୋଲିହେବ ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ୍‌ (ପିପିଏଫ୍‌) ଖାତା, ତାହା ପୁଣି ବିନା କୌଣସି କାଗଜପତ୍ର ଡକ୍ୟୁମେଣ୍ଟ ପ୍ରଦାନ କରି । ଏପରି ସୁବିଧା ପ୍ରଥମ ଥର ପାଇଁ ଆରମ୍ଭ କରିଛି ଦେଶର ବୃହତ୍ତମ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ।

ଏହା ଏକ ଡିଜିଟାଲ୍‌ ସେବା ଯାହା ଜରିଆରେ ଗ୍ରାହକମାନେ ସମ୍ପୂର୍ଣ୍ଣ ଅନଲାଇନ୍‌ରେ କାଗଜବିହୀନ ପ୍ରକ୍ରିୟାରେ ତତ୍କାଳ ପିପିଏଫ୍‌ ଖାତା ଖୋଲିପାରିବେ। ପିପିଏଫ୍‌ ଖାତା ଖୋଲିବା ପାଇଁ ଗ୍ରାହକମାନଙ୍କୁ ଆଉ ବ୍ୟାଙ୍କ ଶାଖାକୁ ଯାଇ କରି କାଗଜପତ୍ର ଦାଖଲ କରିବାକୁ ପଡ଼ିବନି। ବ୍ୟାଙ୍କର ଇଣ୍ଟରନେଟ୍‌ ଏବଂ ମୋବାଇଲ୍‌ ବ୍ୟାଙ୍କିଙ୍ଗ ସୁବିଧାକୁ ବ୍ୟବହାର କରି ଯେ କୌଣସିଠାରେ ନିଜ ସୁବିଧାରେ ପିପିଏଫ୍‌ ଖାତା ଖୋଲିହେବ। ଗ୍ରାହକମାନଙ୍କୁ ଡିଜିଟାଇଜେସନ୍‌ର ସମ୍ପୂର୍ଣ୍ଣ ନୂତନ ଅନୁଭୂତି ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ସହିତ ମିଶି ଆଇସିଆଇସିଆଇ ବ୍ୟାଙ୍କ ସମ୍ପୂର୍ଣ୍ଣ ଅନଲାଇନ୍‌ରେ ପିପିଏଫ୍‌ ଖାତା ଖୋଲିବା ସୁବିଧା ଆରମ୍ଭ କରିଛି।

ତିନିଟି ସହଜ ଉପାୟରେ ପିପିଏଫ୍‌ ଖାତା ଖୋଲିହେବ। ପ୍ରଥମେ ମୋବାଇଲ୍‌ କିମ୍ବା ଡିଜିଟାଲ୍‌ ବ୍ୟାଙ୍କିଙ୍ଗରେ ଲଗ୍‌ ଇନ୍‌ କରନ୍ତୁ । ଏହା ପରେ ପିପିଏଫ୍‌ ଖାତା ପାଇଁ ରହିଥିବା ଲିଙ୍କ୍‌ରେ କ୍ଲିକ୍‌ କରି ସମସ୍ତ ବିବରଣୀ ପ୍ରଦାନ କରନ୍ତୁ । ଆଧାର ଜରିଆରେ ସ୍ୱୀକୃତି ହାସଲ କରି ପିପିଏଫ୍‌ ଖାତା ଖୋଲନ୍ତୁ ।

ଏ ସଂପର୍କରେ ବ୍ୟାଙ୍କରକାଯ୍ୟର୍ନିର୍ବାହୀ ନିର୍ଦେଶକ ଅନୁପ ବାଗ୍‌ଚୀ କହିଛନ୍ତି ଯେ, କାଗଜପତ୍ର ଦାଖଲ କରିବା ନିମନ୍ତେ ଗ୍ରାହକମାନଙ୍କୁ ଆଉ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିବନି। ଏଭଳି ଅଭିନବ ସେବା ପ୍ରଦାନ କରିବାରେ ଆମେ ଦେଶରେ ପ୍ରଥମ ଯାହା ଆମର ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ଡିଜିଟାଲ୍‌ ଉପାୟରେ ଏବଂ ଅତୁଳନୀୟ ବେଗରେ ପିପିଏଫ୍‌ ଖାତା ଖୋଲିବାର ସୁବିଧା ପ୍ରଦାନ କରୁଛି। ଏଫ୍‌ଡି, ଜୀବନ ଏବଂ ସାଧାରଣ ବୀମା ଓ ଟିକସ ସଂଚୟକାରୀ ମ୍ୟୁଚୁଆଲ୍‌ ଫଣ୍ଡ୍‌ ସମେତ ସମ୍ପୂର୍ଣ୍ଣ ଅନଲାଇନ୍‌ରେ ଟିକସ ସଂଚୟକାରୀ ସମାଧାନ ପ୍ରଦାନ କରିବା ପାଇଁ ଆମେ କରୁଥିବା କେତେକ ଡିଜିଟାଲ୍‌ ଅଭିଯାନ ମଧ୍ୟରୁ ଏହା ଅନ୍ୟତମ ।

ସମ୍ବନ୍ଧିତ ଖବର