ପ୍ରଯୁକ୍ତି, ଟ୍ବିନ୍‌ ଶ୍ରେଣୀରେ ଅଡି ଭୁବନେଶ୍ବର ବିଜେତା

ଭୁବନେଶ୍ୱର: ଅଡି ଟୁଇନ୍‌ କପ୍‌ରେ ଅଡି ଭୁବନେଶ୍ବର ଦୁଇଟି ବର୍ଗରେ ବିଜେତା ହୋଇଛି। ପ୍ରଯୁକ୍ତି ଓ ଟ୍ବିନ୍ ଶ୍ରେଣୀରେ ଅଡି ଭୁବନେଶ୍ବରକୁ ବିଜେତା ଘୋଷଣା କରାଯାଇଛି। ପ୍ରତିଯୋଗିତାର ଏହି ଅଷ୍ଟମ ସଂସ୍କରଣରେ ସାରା ଦେଶର ୩୩ଟି ଡିଲରସିପ୍‌ର ୧୪ଟି ଦଳ ଭାଗ ନେଇଥିଲେ। ‌ସେଥିରେ ଥିଲେ ୩୦୧ ଅଡି ଡିଲର୍‌ ଟେକ୍ନିସିଆନ୍ ଓ ସର୍ଭିସ୍‌ ଆଡ୍‌ଭାଇଜର୍‌। ଚେନ୍ନାଇ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂପାନିର ମୁଖ୍ୟ ରାହିଲ୍ ଅନ୍‌ସାରୀ ବିଜୟୀ ଦଳଗୁଡ଼ିକୁ ପୁରସ୍କୃତ କରିଛନ୍ତି।

ସମ୍ବନ୍ଧିତ ଖବର