ସାମସଙ୍ଗ୍ ପକ୍ଷରୁ ଗାଲାକ୍ସି ଏସ୍୧୦ର ପ୍ରି-ବୁକିଂ ଆରମ୍ଭ

ଭୁବନେଶ୍ୱର : ସାମସଙ୍ଗ୍ ଇଣ୍ଡିଆ ପକ୍ଷରୁ ନିକଟରେ ଉନ୍ମୋଚନ କରାଯାଇଥିବା ପ୍ରିମିୟମ୍ ଗାଲାକ୍ସି ଏସ୍ ବର୍ଗ ଉପରେ ଶ୍ରେଷ୍ଠ ଅଫର ଘୋଷଣା କରାଯାଇଛି । ଗତ ଫେବ୍ରୁଆରି ୨୦ରେ ଆମେରିକାର ସାନ୍ ଫ୍ରାନ୍ସିସ୍କୋ ସହରରେ ଗାଲାକ୍ସି ଏସ୍୧୦+, ଗାଲାକ୍ସି ଏସ୧୦ ଏବଂ ଗାଲାକ୍ସି ଏସ୍୧୦ଇକୁ ଉନ୍ମୋଚନ କରାଯାଇଥିଲା । ଏହି ସମସ୍ତ ତିନି ମଡେଲ୍ ଭାରତରେ ଉପଲବ୍ଧ ହେବ ।
ଗାଲାକ୍ସି ଏସ୍ ସିରିଜ୍ର ଏହି ଫୋନ୍ଗୁଡ଼ିକ ଗ୍ରାହକଙ୍କୁ ପରବର୍ତି ପିଢ଼ିର ସ୍ମାର୍ଟଫୋନ୍ ପ୍ରଯୁକ୍ତି ଓ ଅନୁଭୂତି ପ୍ରଦାନ କରିବ । ନୂଆ ଏସ୍ ଫୋନ୍ରେ ରହିଛି ସିନେମାଟିକ୍ ଇନଫିନିଟି-ଓ ଡିସ୍ପ୍ଲେ, ପ୍ରୋ-ଗ୍ରେଡ୍ କ୍ୟାମେରା, ଓୟାରସେ୍ ପାୱାର ସେୟାର ଏବଂ ଇନ୍ ଡିସ୍ପ୍ଲେ ଅଲଟ୍ରାସୋନିକ୍ ଫିଙ୍ଗର୍ପ୍ରିଂଟ୍ ସ୍କାନର୍ । ତିନିଟି ଆକର୍ଷଣୀୟ ରଙ୍ଗରେ ଏହି ଫୋନ୍ଗୁଡ଼ିକ ଉପଲବ୍ଧ ହେବ । ଗାଲାକ୍ସି ଏସ୧୦+ ପ୍ରିମିୟମ୍ ମଡେଲ୍ ସେରାମିକ୍ ଫିନିସ୍ ସହ ଉପଲବ୍ଧ ହେବ ।
ଗାଲାକ୍ସି ଏସ୍୧୦+ ଯଥାକ୍ରମେ ୧ ଟିବି, ୫୧୨ ଜିବି ଓ ୧୨୮ ଜିବି ଭାରିଆଂଟ୍ରେ ଉପଲବ୍ଧ ହେବ ଏବଂ ସେହି ମଡେଲ୍ଗୁଡ଼ିକର ମୂଲ୍ୟ ଯଥାକ୍ରମେ ୧,୧୭,୯୦୦ ଟଙ୍କା, ୯୧,୯୦୦ ଟଙ୍କା ଏବଂ ୭୩,୯୦୦ ଟଙ୍କା ରହିବ । ଗାଲାକ୍ସି ଏସ୧୦ର ୫୧୨ ଜିବି ମଡେଲ୍ ମୂଲ୍ୟ ୮୪,୯୦୦ ଟଙ୍କା, ୧୨୮ ଜିବି ମଡେଲ୍ ଦର ୬୬,୯୦୦ ଟଙ୍କା ରହିବ । ଗାଲାକ୍ସି ଏସ୍୧୦ଇର ୧୨୮ ଜିବି ମଡେଲ୍ ମୂଲ୍ୟ ୫୫,୯୦୦ ଟଙ୍କା ରହିବ ।
ଗ୍ରାହକମାନେ ଏହି ସାମସଙ୍ଗ ଡଟ୍ ଇନ୍, ଫ୍ଲିପ୍କାର୍ଟ, ଆମାଜନ୍, ପେଟିଏମ୍, ଟାଟା କ୍ଲିକ୍ ଏବଂ କେତେକ ନିର୍ଦିଷ୍ଟ ଆଉଟ୍ଲେଟ୍ରେ ଗାଲାକ୍ସି ଏସ୍୧୦ ପାଇଁ ମାର୍ଚ ୫ ତାରିଖ ପର୍ଯ୍ୟନ୍ତ ପ୍ରାକ୍ ବୁକିଙ୍ଗ କରିପାରିବେ । ମାର୍ଚ ୮ ତାରିଖ ପରଠାରୁ ସବୁ ମଡେଲ୍ ଉପଲବ୍ଧ ହେଂବ । ପ୍ରାକ୍ ବୁକିଙ୍ଗ୍ ହୋଇଥିବା ମଡେଲ୍ଗୁଡ଼ିକର ଡେଲିଭରି ମାର୍ଚ ୬ରୁ ଆରମ୍ଭ ହେବ ।

ସମ୍ବନ୍ଧିତ ଖବର