ନୂଆଦିଲ୍ଲୀ: ଦେଶର ଶତାଧିକ ସହର ଓ ନଗରରେ ବାସ କରୁଥିବା ଯୁବବର୍ଗର ପିଲାମାନଙ୍କ ମଧ୍ୟରେ ଡିଜିଟାଲ୍ ମୁଦ୍ରାର ଗ୍ରହଣୀୟତା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସେୟାର ବଜାରରେ କେବେ ନିବେଶ କରିନଥିବା ଯୁବକଯୁବତୀମାନେ ସିଧାସଳଖ ବିଟ୍କଏନ୍, ଏଥେରିଅମ୍, କାର୍ନାଡୋ ଓ ସୋଲାନା ଭଳି ଡିଜିଟାଲ୍ ମୁଦ୍ରା ବ୍ୟବହାର କରିବା ଆରମ୍ଭ କରିଛନ୍ତି।
ଏକ ସର୍ଭେରୁ ଜଣାପଡ଼ିଛି ଯେ ଡିଜିଟାଲ୍ ମୁଦ୍ରା ବିଷୟରେ ସହରାଞ୍ଚଳରେ ରହୁଥିବା ୮୩% ଭାରତୀୟ ଅବଗତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୬% ଲୋକଙ୍କ ପାଖରେ ଡିଜିଟାଲ୍ ମୁଦ୍ରା ରହିଛି। ଆଜିକାଲିର ପିଲାମାନଙ୍କ ଜୀବନରେ ଇଣ୍ଟରନେଟ୍ର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ସେମାନେ ଇଣ୍ଟରନେଟ୍ ସହ ବଢ଼ିଛନ୍ତି। ତେଣୁ ଡିଜିଟାଲ୍ ମୁଦ୍ରା ବ୍ୟବହାର କରିବା ସେମାନଙ୍କ ଲାଗି ସହଜ ହେଉଛି। କ୍ରିପ୍ଟୋକରେନ୍ସି ବା ଡିଜିଟାଲ୍ ମୁଦ୍ରାରେ କାରବାରର ସୁଯୋଗ ପ୍ରଦାନ କରୁଥିବା ଆପ୍ କଏନ୍ସ୍ବିଚ୍ କୁବେର୍ରେ ୧୧ ନିୟୁତରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି। କଂପାନିର ବ୍ୟବହାରକାରୀଙ୍କ ହାରାହାରି ବୟସ ହେଉଛି ୨୫ ବର୍ଷ। ଅଧିକାଂଶ ବ୍ୟବହାରକାରୀ ନୂଆଦିଲ୍ଲୀ ଓ ମୁମ୍ବାଇ ଭଳି ବଡ଼ ସହର ବାହାରେ ରହୁଛନ୍ତି। ଯୁବପିଢ଼ି କ୍ରିଫ୍ଟୋକରେନ୍ସିକୁ ବହୁ ପରିମାଣରେ ବ୍ୟବହାର କରୁଥିବାରୁ ଏହାକୁ ନେଇ ସାଧାରଣରେ ଯେଉଁ ଅନିଶ୍ଚିତତା ରହିଥିଲା ତାହା ଦୂର ହେବାରେ ଲାଗିଛି। ଡିଜିଟାଲ ମୁଦ୍ରାରେ କାରବାର ନକରିବାକୁ ବ୍ୟାଙ୍କଗୁଡ଼ିକୁ ବାରଣ କରାଯାଇଛି।
ଯଦିଓ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର କିମ୍ବା ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରିଫ୍ଟୋକରେନ୍ସିକୁ ଆଇନଗତ ମାନ୍ୟତା ଦେଇନାହାନ୍ତି, ତଥାପି ସେଗୁଡ଼ିକୁ ଲୋକମାନେ ବ୍ୟବହାର କରିବା ଆରମ୍ଭ କରିସାରିଲେଣି। ବାଙ୍ଗାଲୋରର ଏକ ସପିଙ୍ଗ୍ ମଲ୍ରେ କ୍ରିଫ୍ଟୋକରେନ୍ସି କିଓସ୍କ ସ୍ଥାପନ କରିବାକୁ ସାହସ କରିଥିବା ଏକ କଂପାନିର ସହ ପ୍ରତିଷ୍ଠାତାଙ୍କୁ ପୁଲିସ ହାଜତ ଯିବାକୁ ପଡ଼ିଥିଲା। ଏତେ ସବୁ କଟକଣା ସତ୍ତ୍ବେ ଡିଜିଟାଲ ମୁଦ୍ରାର ବ୍ୟବହାର ବଢ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/bitcoin.jpg)