ମୁମ୍ବାଇ: ଟାଟା ମୋଟର୍ସ ଆଜି ବହୁ ପ୍ରତୀକ୍ଷିତ କାର୍ କର୍ଭର ଆଇସିଇ ମଡେଲ୍ ଉପସ୍ଥାପନ କରିଛି | କମ୍ପାନୀ ଏହାର ଟାଟା କର୍ଭ ଇଭି ସହିତ ଏହି କାରକୁ ଉପସ୍ଥାପନ କରିଛି | ଏହି କାର ହୋଣ୍ଡା ଏଲିଭେଟ, କିଆ ସେଲ୍ଟୋସ, ମାରୁତି ସୁଜୁକି ଗ୍ରାଣ୍ଡ ଭିଟାରା ଏବଂ ହୁଣ୍ଡାଇ କ୍ରେଟା ଭଳି ଗାଡିକୁ ସିଧାସଳଖ ଟକ୍କର ଦେବ | ଟାଟା କର୍ଭର ଡିଜାଇନ୍ ବିଷୟରେ କହିବାକୁ ଗଲେ, ଏହି ନୂତନ କାରରେ ଏକ ବଡ ବମ୍ପର, ନୂତନ ପପ୍-ଅପ୍ ଡୋର ହ୍ୟାଣ୍ଡଲ୍, ଏଲୟ ହ୍ୱିଲ, ସି ପିଲର ମଧ୍ୟ ଅଛି | ଏହାର ବଡ ବମ୍ପର ଏବଂ ବ୍ୟାକ୍ ଡିଜାଇନ୍ ଅତ୍ୟନ୍ତ ଅନନ୍ୟ ଥିବାବେଳେ ଯଦି ଆମେ ଟାଟା 'କର୍ଭ'ର ବୈଶିଷ୍ଟ୍ୟକୁ ଦେଖିବା, ତେବେ ଏଥିରେ ଏଡିଏଏସ ଲେବୁଲ-୨, ୩୬୦ ଡିଗ୍ରୀ କ୍ୟାମେରା, ପାନୋରାମିକ୍ ସନ୍ଫରୁଫ୍, ଭେଣ୍ଟିଲେଟେଡ୍ ସିଟ୍, ଡୁଆଲ୍ ଡିଜିଟାଲ୍ ସ୍କ୍ରିନ୍ ଭଳି ଆଧୁନିକ ଫିଚର ରହିବ |
ଟାଟା କର୍ଭକୁ କମ୍ପାନୀ ୧.୨ ଲିଟର ଜିଡିଆଇ ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ସହିତ ଲଞ୍ଚ କରିବ | ଏହି ଇଞ୍ଜିନ୍ ସର୍ବାଧିକ ୧୨୩ ବିଏଚପି ପାୱାର ଏବଂ ୨୨୫ ଏନଏମ ଟର୍କ ଉତ୍ପାଦନ କରିବାରେ ସକ୍ଷମ ହେବ | ଏହା ବ୍ୟତୀତ ଏଥିରେ ୬ଟି ସ୍ପିଡ୍ ମାନୁଆଲ୍ କିମ୍ବା ୭ ସ୍ପିଡ୍ ଡିସିଟି ଟ୍ରାନ୍ସମିସନର ବିକଳ୍ପ ରହିପାରେ | ଏହା ସହିତ କମ୍ପାନୀ ଏହି କାରକୁ ୧.୫ ଲିଟର ଇଞ୍ଜିନରେ ବି ଉପଲବ୍ଧ କରାଇବ | ଯାହା ୧୧୩ ବିଏଚପି ଶକ୍ତି ଏବଂ ୨୬୦ ଏନଏମ ଟର୍କ ଉତ୍ପାଦନ କରିବ | ଏହି ଇଞ୍ଜିନ୍ ସହିତ କମ୍ପାନୀ ୬ ସ୍ପିଡ୍ ମାନୁଆଲ୍ କିମ୍ବା ୬ ସ୍ପିଡ୍ ଡିସିଟି ଟ୍ରାନ୍ସମିସନର ବିକଳ୍ପ ପ୍ରଦାନ କରିପାରିବ | ଟାଟା ମୋଟର୍ସ ଏପର୍ଯ୍ୟନ୍ତ ଏହି କାରର ମୂଲ୍ୟ ବିଷୟରେ କୌଣସି ଅଧିକାରିକ ସୂଚନା ସେୟାର କରିନାହିଁ। କିନ୍ତୁ ଟାଟା କର୍ଭ ଇଭିର ମୂଲ୍ୟ ଅଗଷ୍ଟ ୭ ରେ ପ୍ରକାଶ ପାଇବ ଏବଂ ପ୍ରାୟ ୧୦ ଦିନ ପରେ ଟାଟା କର୍ଭ ଆଇସିଇ ମଡେଲର ମୂଲ୍ୟ ପ୍ରକାଶ ପାଇବ | ଖୁବ୍ ଶୀଘ୍ର ଦେଶରେ ଟାଟା କର୍ଭ ଲଞ୍ଚ ହେବାକୁ ଯାଉଛି।