ନୂଆଦିଲ୍ଲୀ: ବ୍ୟାଙ୍କ ଖାତାରେ, ମୋବାଇଲ୍‌ ସିମ୍‌, ରାସନ କାର୍ଡ, ସରକାରୀ ଯୋଜନା ଭଳି ଅନେକ ଯୋଜନା ପାଇଁ ଆଧାରକାର୍ଡ ଅନିବାର୍ଯ୍ୟ ହୋଇଥିଲା। ଏହାପରେ ଆଧାରକୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜରେ ସାମିଲ କରାଯାଇଥିଲା। ଆଧାର ଅନିବାର୍ଯ୍ୟ ନେଇ ଅନେକଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ଆଧାର ସହିତ ଜଡ଼ିତ ବଡ଼ ନିୟମରେ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ପ୍ରଭାବ ଆପଣଙ୍କ ଉପରେ ବି ପାରେ।

Advertisment

publive-image

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋବାଇଲ ସିମ୍‌ କାର୍ଡ ନେବା ଓ ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲିବା ନେଇ ଆଇଡି ପ୍ରୁଫ୍‌ ଆଧାରରେ ଆଧାରକାର୍ଡକୁ ସ୍ୱଇଚ୍ଛା ବ୍ୟବହାର ସମ୍ଭନ୍ଧୀୟ ଆଧ୍ୟଦେଶକୁ ମଞ୍ଜୁରି ଦେଇ ଦେଇଛନ୍ତି। ଏହାପରେ ଦେଶର କୌଣସି ବ୍ୟକ୍ତି ନିଜର ଇଚ୍ଛାରେ ବ୍ୟାଙ୍କ ଖାତା କିମ୍ବା ସିମ୍‌ କାର୍ଡ ନେବା ସମୟରେ ଆଧାର କାର୍ଡକୁ ଆଇଡି ପ୍ରୁଫ୍‌ ଭାବେ ବ୍ୟବହାର କରି ପାରିବେ।

ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ ଯେ, ଆଧାରର ସ୍ୱଇଚ୍ଛା ବ୍ୟବହାରକୁ ମଞ୍ଜୁରି ଦେବା ପାଇଁ ଲୋକସଭାରେ ପାରିତ କରିବା ପରେ ରାଜ୍ୟସଭାରେ ପାରିତ ହୋଇ ପାରି ନଥିଲା। ଯେଉଁ କାରଣରୁ ସରକାରଙ୍କୁ ଏହି ଅଧ୍ୟାଦେଶ ଆଣିବାକୁ ପଡ଼ିଥିଲା। ଏହି ଅଧ୍ୟାଦେଶ ମୁତାବକ, ପିଲା ୧୮ବର୍ଷ ହୋଇଗଲେ ଆଧାର କାର୍ଯ୍ୟକ୍ରମରୁ ବାହାରି ପାରିବାର ବିକଳ୍ପ ବି ବାଛି ପାରିବେ।

publive-image

ଏହି ଅଧ୍ୟାଦେଶକୁ ମଞ୍ଜୁରି ମିଳିବା ପରେ ଯଦି କେହି ବ୍ୟାଙ୍କ ଖାତା କିମ୍ବା ନୂଆ ସିମ୍‌ ନେବା ସମୟରେ ଆଧାର ନଦିଅନ୍ତି, ତେବେ ଆପଣଙ୍କୁ ସେବା ପ୍ରଦାନ କରିବାରେ କେହି ଅଟକାଇ ପାରିବେ ନାହିଁ। ଯଦି ଏହି ନିୟମକୁ କେହି ଉଲଘଂନ୍ନ କରନ୍ତି ତେବେ ୧କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିତ ଜରିମାନା ସହିତ ଜେଲଦଣ୍ଡ ଭୋଗିବାକୁ ବି  ପଡ଼ିବ ପାରେ।  ଅନୁପାଳନ ନକରିବା ସ୍ଥିତି ଯଦି ଜାରି ରଖିନ୍ତି ତେବେ ପ୍ରତିଦିନ ୧୦ଲକ୍ଷ ଟଙ୍କା ଅତିରିକ୍ତ ଜରିମାନା ଦେବାକୁ ପଡ଼ିବ।