କର୍କଟ ରୋଗୀଙ୍କ ପାଇଁ ଖୁସି ଖବର : ୮୭ପ୍ରତିଶତ କମିଲା ଔଷଧର ଦାମ୍‌

ନୂଆଦିଲ୍ଲୀ : କର୍କଟ ରୋଗୀ ଏବଂ ତାଙ୍କ ପରିବାର ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଦ୍ୱାରା ୯ଟି କର୍କଟ ନିରୋଧି ଔଷଧର ଦାମ୍‌ ୮୭ପ୍ରତିଶତ ପର୍ଯ୍ୟନ୍ତ କମ କରି ଦିଆଯାଇଛି । ଏହି ୯ଟି ଔଷଧ ମଧ୍ୟରେ ଫୁସ୍‌ଫୁସ୍‌ କର୍କଟ ରୋଗ ପାଇଁ ଦିଆଯାଉଥିବା କେମୋଥେରାପି ଇଞ୍ଜେକ୍ସନ ମଧ୍ୟ ସାମିଲ ଥିବା ଜଣା ପଡ଼ିଛି । ସଂଶୋଧନ କରାଯାଇଥିବା ଆଦେଶ ଅନୁଯାୟୀ, ପେମେଟ୍ରେକ୍ସଡ୍‌ ୫୦୦ଏମ୍‌ଜି ଇଞ୍ଜେକ୍ସନର ଦାମ୍‌ ପୂର୍ବରୁ ୨୨,୦୦୦ ଥିବା ବେଳେ ଏବେ ଏହାର ଦାମ୍‌ ୨,୮୦୦ ଥିବା ଜଣା ପଡ଼ିଛି । ଏହି ଇଞ୍ଜେକ୍ସନକୁ ଫୁସ୍‌ଫୁସ୍‌ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ । ଏହାର ୧୦୦ଏମ୍‌ଜି ଇଞ୍ଜେକ୍ସନର ଦାମ୍‌ ପୂର୍ବରୁ ୭,୭୦୦ ଥିବା ବେଳେ ଏବେ ଏହାର ଦାମ୍‌ ରହିଛି ମାତ୍ର ୮୦୦ଟଙ୍କା । ସେହିଭଳି ଭାବରେ ଏପିକ୍ଲୋର ବ୍ରାଣ୍ଡନେମ୍‌ ଦ୍ୱାରା ବିକ୍ରି କରାଯାଉଥିବା ଏପିରୁବିସିନ୍‌ ୧୦ଏମ୍‌ଜିର ଦାମ୍‌ ପୂର୍ବରୁ ୫୬୧ ଥିବା ବେଳେ ଏବେ ଏହାର ଦାମ୍‌ ୨୭୬.୮ ଟଙ୍କା ଥିବା ଜଣା ପଡ଼ିଛି । ଏପିରୁବିସିନ୍‌ ୫୦ଏମ୍‌ଜିର ଦାମ୍‌ ପୂର୍ବରୁ ୨,୬୬୨ ଥିବା ବେଳେ ଏବେ ଏହାର ଦାମ୍‌ କମି ଯାଇ ୯୬୦ଟଙ୍କା ରହିଥିବା ଜଣା ପଡ଼ିଛି ।

ତେବେ ମୁଖ୍ୟ ଔଷଧ ନିର୍ମାତାମାନେ ଦାମ୍‌ କମ କରାଯିବାକୁ ନେଇ କୌଣସି ଟିପ୍ପଣୀ ଦେଇ ନାହାନ୍ତି । କିନ୍ତୁ ସ୍ୱାସ୍ଥ୍ୟ ଉଦ୍ୟଗର ପ୍ରବକ୍ତାଙ୍କ କହିବା ଅନୁଯାୟୀ, କମ୍ପାନୀମାନଙ୍କୁ କେବଳ ଦାମ କମ କରିବାକୁ କୁହାଯାଇଥିବା ବେଳେ ଉତ୍ପାଦନର ମାତ୍ରା ପୂର୍ବ ଭଳି ରଖିବାକୁ କୁହାଯାଇଛି ।

Times of India

୧୦୦ଏମ୍‌ଜିର ୧୦ଟି ଟାବ୍‌ଲେଟ ଥିବା ଏର୍‌ଲୋଟାଜ୍‌ ପୂର୍ବରୁ ୬,୬୦୦ ଟଙ୍କା ଥିବା ବେଳେ ଏବେ ଏହାର ଦାମ୍‌ ମାତ୍ର ୧,୮୪୦ ରହିଛି । ୧୫୦ଏମ୍‌ଜିର ୧୦ଟି ଟାବ୍‌ଲେଟ ଥିବା ଏର୍‌ଲୋଟାଜ୍‌ ପୂର୍ବରୁ ୮,୮୦୦ଟଙ୍କା ଥିବା ବେଳେ ଏବେ ଏହାର ଦାମ୍‌ ୨,୪୦୦ଟଙ୍କା ରଖାଯାଇଛି । ସେହି ଭଳି ଭାବରେ ଲାନୋଲିମସର ୦.୨୫ଏମ୍‌ଜି ପୂର୍ବରୁ ୭୨୬ଟଙ୍କାରେ ମିଳୁଥିବା ବେଳେ ଏବେ ଏହାର ଦାମ୍‌ ରହିଛି ମାତ୍ର ୪୦୬ଟଙ୍କା । ୦.୫ଏମ୍‌ଜି ପୂର୍ବରୁ ୧,୪୫୨ଟଙ୍କାରେ ମିଳୁଥିବା ବେଳେ ଏବେ ଏହାର ଦାମ୍‌ ରହିଛି ମାତ୍ର ୭୩୯ଟଙ୍କା ।

ସମ୍ବନ୍ଧିତ ଖବର