ଶିଳ୍ପ ପ୍ରତିନିଧିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୮ଟି ସହରରେ ଶିଳ୍ପ ସଂଘଗୁଡ଼ିକର ପ୍ରତିନିଧିମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆସୋଚାମ୍, ଫିକି, ସିଆଇଆଇ ଓ ଅନ୍ୟାନ୍ୟ ପ୍ରମୁଖ ଆଞ୍ଚଳିକ ଶିଳ୍ପସଂଘଗୁଡ଼ିକର ପ୍ରତିନିଧିଙ୍କ ସହ ସେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ପ୍ରଭାବରୁ ପର୍ଯ୍ୟଟନ, କନ୍‌ଷ୍ଟ୍ରକ୍ସନ, ଆତିଥେୟତା ଓ ଅଣ ସଂଗଠିତ କ୍ଷେତ୍ର ଓ ଦିନ ମଜୁରିଆମାନେ ପ୍ରଭାବିତ ହୋଇଛନ୍ତି। ଏହି ପ୍ରଭାବ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଅନୁଭୂତ ହେବ। କରୋନା ପ୍ରଭାବରୁ ବ୍ୟାଙ୍କିଙ୍ଗ, ଆର୍ଥିକ କ୍ଷେତ୍ର, ଆତିଥେୟତା, ପର୍ଯ୍ୟଟନ ଓ ଭିତ୍ତିଭୂମି କ୍ଷେତ୍ରଗୁଡ଼ିକ ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ଶିଳ୍ପ ସଂଘର ପ୍ରତିନିଧିମା‌ନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ଯେଉଁ ‌ସବୁ ସ୍ଥାନରେ କର୍ମଚାରୀମାନେ ଘରେ ରହି କାର୍ଯ୍ୟ କରିବାର ସୁବିଧା ରହିଛି ସେଠାରେ ସେମାନଙ୍କୁ ସେହି ଅନୁମତି ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ଶିଳ୍ପ ସଂସ୍ଥାଗୁଡ଼ିକୁ କହିଛନ୍ତି। ମାନବିକତା ଦୃଷ୍ଟିରୁ କୌଣସି କର୍ମଚାରୀଙ୍କୁ ଛଟେଇ ନକରିବା ଲାଗି ସେ ଅନୁରୋଧ କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଉତ୍ପାଦନକୁ ଜାରି ରଖିବା, କଳାବଜାରି ଓ ମହଜୁଦକାରୀଙ୍କ ଉପରେ ନଜର ରଖିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ଶିଳ୍ପ ସଂସ୍ଥାଗୁଡ଼ିକୁ କହିଛନ୍ତି।

ସମ୍ବନ୍ଧିତ ଖବର