ନୂଆଦିଲ୍ଲୀ: ଡିସେମ୍ବର ୨୩ରେ ରୋଜଗାର ମେଳା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୧ ହଜାରରୁ ଊର୍ଦ୍ଧ୍ବ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଭିଡିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳକୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ରୋଜଗାର ମେଳା ଅବସରରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଦେଶର ୪୫ଟି ସ୍ଥାନରେ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ। କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଲାଗି ଏହି ମେଳା ଅନୁଷ୍ଠିତ ହେଉଛି। ନବ ନିଯୁକ୍ତମାନେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ, ଡାକ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଅର୍ଥ ବିଭାଗ ସହ ଅନ୍ୟାନ୍ୟ ବିଭାଗ ଲାଗି କାମ କରିବେ।
Advertisment

Sambad is now on WhatsApp
Join and get latest news updates delivered to you via WhatsApp