ଭୁବନେଶ୍ବର: ଜନତା ମଇଦାନରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅବସରରେ କୋଲ୍ ଇଣ୍ଡିଆ ଲିମିଟେଡର ସହାୟକ ସଂସ୍ଥା ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ (ଏମ୍ସିଏଲ୍) ଷ୍ଟଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଲି ଦେଖିଛନ୍ତି। ଏହି ଅବସରରେ କୋଲ୍ ଇଣ୍ଡିଆର ଅଧ୍ୟକ୍ଷ ପିଏମ୍ ପ୍ରସାଦ, ଏମ୍ସିଏଲ୍ର ସିଏମ୍ଡି ଉଦୟ ଏ କାଓଲେ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ତର୍ଭୁକ୍ତୀକରଣ ବିକାଶ କ୍ଷେତ୍ରରେ ଏମ୍ସିଏଲ୍ର ଯୋଗଦାନ ସଂପର୍କରେ ଶ୍ରୀ କାଓଲେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏମ୍ସିଏଲ୍ ପକ୍ଷରୁ ଲୋକଙ୍କ ପାଇଁ ନିଆଯାଉଥିବା ପଦକ୍ଷେପ, ବିଶେଷକରି ଉଦ୍ଧାରକାରୀ ଦଳରେ ମହିଳାମାନଙ୍କୁ ସାମିଲ ସଂପର୍କରେ ପ୍ରଧାନମନ୍ତ୍ରୀ ଜାଣିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/01/TVwCGAX1Lln2yEPRpWlQ.jpg)