ନୂଆଦିଲ୍ଲୀ: ନୂଆ ଗଣମାଧ୍ୟମ ପ୍ଲାଟଫର୍ମ ଦ୍ବାରା ପାରମ୍ପରିକ ଗଣମାଧ୍ୟମ ପ୍ରଭାବିତ ହୋଇଛନ୍ତି। ଏହି ପ୍ରଭାବରୁ କିଭଳି ପାରମ୍ପରିକ ଗଣମାଧ୍ୟମଗୁଡ଼ିକୁ ସୁରକ୍ଷା ଦିଆଯିବ ତାହା ଉପରେ ସରକାର ବିଚାର କରୁଛନ୍ତି। ଏହାର ଅଂଶ ସ୍ବରୂପ ଛାପା ଗଣମାଧ୍ୟମର ବିଜ୍ଞାପନ ଦରରେ ସରକାର ୨୬ ପ୍ରତିଶତ ବଢ଼ାଇବା ନେଇ ଯୋଜନା କରୁଛନ୍ତି। ଏ ସଂକ୍ରାନ୍ତ ବିଜ୍ଞପ୍ତି ନଭେମ୍ବର ୧୫ ପରେ ପ୍ରକାଶ ପାଇବା ନେଇ ଆଶା କରାଯାଉଛି ବୋଲି ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ରିପୋର୍ଟ କରିଛି।
ସୂତ୍ରରୁ ଜଣାଯାଇଛି ଯେ ସରକାର ବିଭିନ୍ନ ସ୍ତରରେ ସଂସ୍କାର ପାଇଁ ଉଦ୍ୟମ ଚଳାଇଛନ୍ତି। ଛାପା ଗଣମାଧ୍ୟମଗୁଡ଼ିକ ଡିଜିଟାଲ ଫର୍ମାଟକୁ ଯିବା ଫଳରେ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି। ବିଶେଷ କରି ଛାପା ଗଣମାଧ୍ୟମରେ ମାଧ୍ୟମରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଛାପା ଗଣମାଧ୍ୟମରେ ରାଜସ୍ବର ଏକ ପ୍ରମୁଖ ଉତ୍ସ ହେଉଛି ବିଜ୍ଞାପନ। କିନ୍ତୁ ଅନଲାଇନ୍ ମିଡିଆର ବିକାଶ ଫଳରେ ଛାପା ଗଣମାଧ୍ୟମର ବିଜ୍ଞାପନ କମିଯାଇଛି। ରେଡିଓର କିଭଳି ବିକାଶ ହେବ ସେ ନେଇ କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି।
ବର୍ତ୍ତମାନ ରେଡିଓର ବିକାଶରେ ବାଧା ସୃଷ୍ଟି କରୁଥିବା ନିୟାମକ ବ୍ୟବସ୍ଥାଗୁଡ଼ିକୁ ହଟାଇବା ସଂପର୍କରେ ଚିନ୍ତା କରାଯାଉଛି। ଟିଭି ଚ୍ୟାନେଲଗୁଡ଼ିକ ମୂଲ୍ୟାଙ୍କନ ବା ରେଟିଂ ବ୍ୟବସ୍ଥାରେ ବିକୃତିର ସମ୍ମୁଖୀନ ହେଉଛନ୍ତି। ଏହି ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି କାର୍ଯ୍ୟ କରାଯାଉଛି। ସମସ୍ତଙ୍କ ପାଇଁ ସମାନ ସୁଯୋଗକୁ ନିଶ୍ଚିତ କରାଯିବା ନେଇ ଯୋଜନା ରହିଛି। ସେହିଭଳି ଡିଟିଏଚ୍ କ୍ଷେତ୍ରରେ ମଧ୍ୟ ସଂସ୍କାର ଆଣିବା ଲାଗି ଯୋଜନା ଥିବା ଜଣାଯାଇଛି। ପାରମ୍ପରିକ ଗଣମାଧ୍ୟମଗୁଡ଼ିକର ବ୍ୟବସାୟ ସ୍ଥିତିରେ ଉନ୍ନତି ଆଣିବା ଏବଂ ନୂତନ ଭାବେ ମୁଣ୍ଡ ଟେକୁଥିବା ଡିଜିଟାଲ୍ ପ୍ଲାଟଫର୍ମ ସହିତ ପ୍ରତିଯୋଗିତା କରିପାରିବେ ସେ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/26/print-media-2025-10-26-02-37-20.jpg)