ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଦେଶରେ ମ୍ୟାପ୍ ବା ମାନଚିତ୍ର ପ୍ରସ୍ତୁତି ଏବଂ ଭୌଗୋଳିକ ମହାକାଶ ସଂପର୍କିତ ତଥ୍ୟ ହାସଲ ନୀତିରେ ପରିବର୍ତ୍ତନ ଆଣିଛନ୍ତି। ପୂର୍ବରୁ କେବଳ ସର୍ଭେ ଅଫ୍ ଇଣ୍ଡିଆକୁ ଏହି ତଥ୍ୟ ଉପଲବ୍ଧ ହେଉଥିବା ବେଳେ ଏବେ ଘରୋଇ କମ୍ପାନିଗୁଡ଼ିକ ଉକ୍ତ ତଥ୍ୟ ପାଇପାରିବେ। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ଏ ନେଇ ଆଜି ଘୋଷଣା କରାଯାଇଛି। ଏହି ତଥ୍ୟ ପାଇବା ପାଇଁ ଏବେ ଆଉ କୌଣସି ପ୍ରାକ୍ ଅନୁମତି ଆବଶ୍ୟକ ପଡ଼ିବ ନାହିଁ। ଘରୋଇ କମ୍ପାନିଗୁଡ଼ିକ ଏହି ପ୍ରକ୍ରିୟାରେ ସାମିଲ ହୋଇ ଏଥିରୁ ଲାଭ ଉଠାଇ ପାରିବେ। ଯେଉଁ ତଥ୍ୟ ବିଶ୍ବରେ ଅବାଧରେ ଉପଲବ୍ଧ ହେଉଛି ତାହା ଉପରେ ଭାରତରେ କଟକଣା ରହିବ ନାହିଁ। ଆତ୍ମନିର୍ଭର ଭାରତ ଅଭିଯାନ କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପରିପ୍ରେକ୍ଷୀରେ କହିଛନ୍ତି। ନୂଆ ମ୍ୟାପ୍ ତଥ୍ୟ ନୀତି ଦ୍ବାରା କୃଷି ଏବଂ ବିପର୍ଯ୍ୟୟ ଆଦିର ମୁକାବିଲାରେ ଉନ୍ନତି ଆସିବ। ଏଥିସହିତ ନୂଆ ଯୁଗର ଶିଳ୍ପରେ ଉନ୍ନତି ଆସିପାରିବ।
ମ୍ୟାପ୍ ପାଇଁ ତଥ୍ୟ ପାଇବେ ଘରୋଇ କଂପାନି
/sambad/media/post_attachments/wp-content/uploads/2021/02/map.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)