ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶର ୨୩୪ଟି ସହରରେ ପ୍ରାଇଭେଟ୍ ଏଫ୍ଏମ୍ ରେଡିଓ ଆରମ୍ଭ କରିବା ପାଇଁ ମଞ୍ଜୁରି ପ୍ରଦାନ କରାଯାଇଛି। ୭୩୦ ଚ୍ୟାନେଲର ଇ-ନିଲାମ କରାଯିବ। ଓଡିଶାର ବ୍ରହ୍ମପୁରରେ ୪ଟି, ବାଲେଶ୍ବର, ବାରିପଦା, ଭଦ୍ରକ, ପୁରୀ ଓ ସମ୍ବଲପୁରରେ ୩ଟି ଲେଖାଏଁ ଚ୍ୟାନେଲ ପାଇଁ ଇ-ନିଲାମ କରାଯିବ। ବୈଠକରେ ଏଫ୍ଏମ୍ ଚ୍ୟାନେଲ୍ ପାଇଁ ଜିଏସ୍ଟିକୁ ବାଦ ଦେଇ ମୋଟ୍ ରାଜସ୍ବର ୪ ପ୍ରତିଶତ ରାଶିକୁ ବାର୍ଷିକ ଲାଇସେନ୍ସ ଫି’ ଭାବେ ସଂଗ୍ରହ କରିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁର କରାଯାଇଛି। ଏହା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ସ୍ଥାନୀୟ ଭାଷା ଓ ସଂସ୍କୃତିକୁ ମଧ୍ୟ ସମୃଦ୍ଧ କରିବ। ଏଥର ମଞ୍ଜୁର ହୋଇଥିବା ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ଆକାଂକ୍ଷୀ ଜିଲ୍ଲା ଓ ମାଓ ଉପଦ୍ରୁତ ଅଞ୍ଚଳରେ ରହିଛି। ଏହି ଅଞ୍ଚଳଗୁଡ଼ିକରେ ଏଫ୍ଏମ୍ ରେଡିଓ ପହଞ୍ଚିଲେ ସରକାରଙ୍କ କଥା ଲୋକମାନଙ୍କ ପାଖରେ ସହଜରେ ପହଞ୍ଚିପାରିବ।
ଓଡ଼ିଶାର ୬ ସହରରେ ପ୍ରାଇଭେଟ୍ ଏଫ୍ଏମ୍ ରେଡ଼ିଓ ଇ-ନିଲାମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶର ୨୩୪ଟି ସହରରେ ପ୍ରାଇଭେଟ୍ ଏଫ୍ଏମ୍ ରେଡିଓ ଆରମ୍ଭ କରିବା ପାଇଁ ମଞ୍ଜୁରି ପ୍ରଦାନ କରାଯାଇଛି।