୬୦ ବିମାନବନ୍ଦରରେ ରହିବେ ଘରୋଇ ନିରାପତ୍ତାରକ୍ଷୀ

ମୁମ୍ବାଇ: ଦେଶର ୬୦ଟି ବିମାନ ବନ୍ଦରରେ ଅଣ-ମୌଳିକ କାର୍ଯ୍ୟରେ ନିୟୋଜିତ ହୋଇଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌) କର୍ମଚାରୀଙ୍କ ବଦଳରେ ଘରୋଇ ନିରାପତ୍ତାରକ୍ଷୀଙ୍କୁ ମୂତୟନ କରାଯିବ। ସେହି ସିଆଇଏସ୍‌ଏଫ୍ କର୍ମଚାରୀଙ୍କୁ ଦେଶର ଅନ୍ୟ ବିମାନବନ୍ଦୀରେ ନିଯୁକ୍ତ କରାଯିବ। ଏହା ଦ୍ବାରା ନିରାପତ୍ତା ଲାଗି ହେଉଥିବା ଖର୍ଚ୍ଚ ହ୍ରାସ ପାଇବ। ‌ଦେଶର ୬୦ଟି ବିମାନବନ୍ଦରରେ ୧,୯୨୪ ଜଣ ଘରୋଇ ନିରାପତ୍ତାରକ୍ଷୀଙ୍କୁ ମୂତୟନ କରିବା ଲାଗି ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ୪୫ଟି ବିମାନବନ୍ଦରରେ ଡାଇରେକ୍ଟୋରେଟ୍ ଜେନେରାଲ୍ ରିସେଟ୍‌ଲମେଣ୍ଟ୍‌ (ଡିଜିଆର୍‌) ପ୍ରାୟୋଜିତ ନିରାପତ୍ତା ଏଜେନ୍ସିର ୫୮୧ ଜଣ ଲୋକଙ୍କୁ ମୂତୟନ କରାଯିବ।

ସମ୍ବନ୍ଧିତ ଖବର