୧୫୦ ଟ୍ରେନ୍, ୫୦ ଷ୍ଟେସନ୍‌ର ଘରୋଇକରଣ ହେବ

ନୂଆଦିଲ୍ଲୀ: ଦେଶରେ ୧୫୦ ଟି ଟ୍ରେନ୍ ଏବଂ ୫୦ଟି ରେଳ ଷ୍ଟେସନ୍‌ର ଘରୋଇକରଣ ଯୋଜନା ସରକାର ରଖିଛନ୍ତି। ଏଥିପାଇଁ ସରକାର ଏକ କମିଟି ଗଠନ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ୧୫୦ଟି ଟ୍ରେନ ଏବଂ ୫୦ଟି ଷ୍ଟେସନର ପରିଚାଳନା ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିବା ଦିଗରେ ଉକ୍ତ କମିଟି କାର୍ଯ୍ୟ କରିବ। ନିତି ଆୟୋଗ ସିଇଓ ଅମିତାଭ କାନ୍ତଙ୍କ ପକ୍ଷରୁ ରେଳ ବୋର୍ଡର ଅଧ୍ୟକ୍ଷ ଭି କେ ଯାଦବଙ୍କୁ ଏକ ଚିଠି ଲେଖାଯାଇ ଉକ୍ତ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ କୁହାଯାଇଛି। କମିଟିରେ ଅର୍ଥନୈତିକ ବ୍ୟାପାର ବିଭାଗ ଏବଂ ଗୃହ ଏବଂ ନଗର ଉନ୍ନୟନ ବିଭାଗର ସଚିବ ସାମିଲ ହେବେ।

ସମ୍ବନ୍ଧିତ ଖବର