ନିରବଙ୍କ ବିରୋଧରେ ପ୍ରିୟଙ୍କା ଚୋପ୍ରାଙ୍କ ଏତଲା!

ହୀରା ଗହଣାର ବିଜ୍ଞାପନ ବାବଦରେ ପଇସା ପାଇ ନଥିବାରୁ ନିରବ ମୋଦିଙ୍କ ବିରୋଧରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମାମଲା ରୁଜୁ କରିଛନ୍ତି ବୋଲି କେତେକ ଗଣମାଧ୍ୟମରେ ଚର୍ଚା ହେଉଛି। ମୋଦିଙ୍କ ଗହଣା ବ୍ୟବସାୟ ପାଇଁ ପି୍ରୟଙ୍କା ଚୋପ୍ରା ଅନ୍ତର୍ଜାତୀୟସ୍ତରରେ ବ୍ରାଣ୍ଡ୍‌ ଆମ୍ବାସାଡର ରହିଥିଲେ। ତେବେ ଅନ୍ୟ ଏକ ସୂତ୍ରରୁ ଜଣାଯାଇଛି ଯେ ନିରବଙ୍କ ବିରୋଧରେ ପ୍ରିୟଙ୍କା ମାମଲା ରୁଜୁ କରିଛନ୍ତି ବୋଲି ଯାହା କୁହାଯାଉଛି ସେଥିରେ କୌଣସି ସତ୍ୟତା ନାହିଁ। ନିରବ ମୋଦିଙ୍କ ବ୍ରାଣ୍ଡ୍‌ ସହିତ ତାଙ୍କର ଚୁକ୍ତିନାମାକୁ ବାତିଲ କରିବା ଲାଗି ପ୍ରି୍ରୟଙ୍କା ଆଇନଗତ ପରାମର୍ଶ ନେଉଛନ୍ତି ବୋଲି ପ୍ରି୍ରୟଙ୍କାଙ୍କ ପ୍ରବକ୍ତା ଗୁରୁବାର ଏହି ସୂଚନା ଦେଇଛନ୍ତି। ସେହିଭଳି ପ୍ରିୟଙ୍କାଙ୍କ ସହିତ ବ୍ରାଣ୍ଡ୍‌ ପାଇଁ ବିଜ୍ଞାପନ କରିଥିବା ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ମଧ୍ୟ କହିଛନ୍ତି କମ୍ପାନି ସହିତ ହୋଇଥିବା ରାଜିନାମାର ଅବଧି ଶେଷ ହୋଇଯାଇଛି।

ସମ୍ବନ୍ଧିତ ଖବର