ନୂଆଦିଲ୍ଲୀ : ଗତ ସେପ୍ଟେମ୍ବରରେ ଦେଶର କଳ କାରଖାନାଗୁଡ଼ିକରେ ଉତ୍ପାଦନ ବୃଦ୍ଧି ପାଇଥିଲା। ଆଜି ସରକାର ଜାରି କରିଥିବା ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି)ରୁ ଏହା ଜଣାପଡ଼ିଛି। ସେପ୍ଟେମ୍ବରରେ ଆଇଆଇପି ଅଭିବୃଦ୍ଧି ୩.୧ ପ୍ରତିଶତ ରହିଛି। ଅଗଷ୍ଟରେ କଳ କାରଖାନାରେ ଉତ୍ପାଦନ ୦.୮% ହ୍ରାସ ପାଇଥିଲା। ସେପ୍ଟେମ୍ବର ହେଉଛି ଦେଶରେ ଉତ୍ସବ ଋତୁ ଆରମ୍ଭ ହେବାର ପୂର୍ବ ମାସ। ଉତ୍ସବ ଋତୁରେ ଗାଡ଼ିଠାରୁ ଆରମ୍ଭ କରି ଟିଭି, ଫ୍ରିଜ୍ ଆଦି ସାମଗ୍ରୀ ବିପୁଳ ପରିମାଣରେ ବିକ୍ରି ହୋଇଥାଏ। ସେଥିପାଇଁ ଏହି ମାସରେ କଳ କାରଖାନାରେ ଉତ୍ପାଦନ ବର୍ଷର ଅନ୍ୟ ମାସଗୁଡ଼ିକ ତୁଳନାରେ ସାଧାରଣତଃ ଅଧିକ ରହିଥାଏ। ଚଳିତ ବର୍ଷ ସେପ୍ଟେମ୍ବରରେ ଖଣି, ମାନୁଫାକ୍ଚରିଂ, ବିଦ୍ୟୁତ, ପ୍ରାଇମେରି ଗୁଡ୍ସ ଓ କ୍ୟାପିଟାଲ୍ ଗୁଡ୍ସ ଉତ୍ପାଦନରେ ବୃଦ୍ଧି ହୋଇଥିବା ବେଳେ କଞ୍ଜ୍ୟୁମର ଡ୍ୟୁରେବଲ ଓ ନନ୍-ଡ୍ୟୁରେବଲ୍ ସାମଗ୍ରୀ ଉତ୍ପାଦନ ହ୍ରାସ ପାଇଛି।
ଚମକପ୍ରଦ ପ୍ରଦର୍ଶନ
କ୍ଷେତ୍ର ଅଭିବୃଦ୍ଧି
ଖଣି ୪.୬%
ମାନୁଫାକ୍ଚରିଂ ୧.୮%
ବିଦ୍ୟୁତ ୧୧.୬%
କ୍ୟାପିଟାଲ୍ ଗୁଡ୍ସ ୧୦.୩%
ପ୍ରାଇମେରି ଗୁଡ୍ସ ୯.୩%
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/factory.jpg)