ଉତ୍ପାଦନ ଶୁଳ୍କ, ସେବା ଟିକସରେ ଫସିଛି ୩.୭୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଦେଶରେ ଜିଏସଟି କାର୍ଯ୍ୟକାରୀ ହେବା ପୂର୍ବରୁ ଉତ୍ପାଦନ ଶୁଳ୍କ ଏବଂ ସେବା ଟିକସ ଲାଗୁ ହେଉଥିଲା। ଯଦିଓ ଏବେ ବି ଉତ୍ପାଦନ ଶୁଳ୍କ କେତେକ ସାମଗ୍ରୀ ଉପରେ ରହିଛି କିନ୍ତୁ ଅଧିକାଂଶ ସାମଗ୍ରୀରୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ଉଭୟ ଉତ୍ପାଦନ ଶୁଳ୍କ ଏବଂ ସେବା ଟିକସକୁ ଜିଏସ୍‌ଟି ବା ସାମଗ୍ରୀ ଓ ସେବା ଟିକସରେ ମିଶାଇ ଦିଆଯାଇଛି। ତେବେ ଉପରୋକ୍ତ ଉଭୟ ଟିକସ ବାବଦରେ ସରକାରଙ୍କର ୩ ଲକ୍ଷ ୭୫ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ବିବାଦରେ ଫସି ରହିଛି। ଏହି ଅର୍ଥକୁ ବାହାର କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଏକ ସର୍ବକ୍ଷମା ଯୋଜନା ଆଣିଛନ୍ତି। ଏହାର ନାମ ସବ୍‌କା ବିଶ୍ବାସ ଲିଗାସି ଡିସ୍‌ପ୍ୟୁଟ୍‌ ରିଜୋଲ୍ୟୁସନ୍ ସ୍କିମ୍ -୨୦୧୯ ରଖାଯାଇଛି। ଏଥିରେ ୪୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଟିକସ ରିହାତି ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର