୬ ଛାତ୍ରଛାତ୍ରୀଙ୍କୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି

ଭୁବନେଶ୍ବର : ଇମ୍ଫାର ସିଏସ୍‌ଆର୍‌ ଶାଖା ବଂଶୀଧର ଆଣ୍ଡ୍‌ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ୍‌) ପକ୍ଷରୁ ଉଚ୍ଚଶିକ୍ଷା ପାଇଁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତିର ୧୫ତମ ସଂସ୍କରଣ କାର୍ଯ୍ୟକ୍ରମ ଅନୁ‌ଷ୍ଠିତ ହୋଇଯାଇଛି। ୨୦୧୯-୨୦ ବର୍ଷ ପାଇଁ ଛଅ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ପ୍ରଦାନ କରାଯାଇଛି। ଏହି ଛାତ୍ରଛାତ୍ରୀମାନଙ୍କୁ ଏକାଡେମିକ୍ ଫି’ ଓ ଅନ୍ୟାନ୍ୟ ଖର୍ଚ୍ଚର ୯୦% ଅର୍ଥ ବୃତ୍ତି ଆକାରରେ ମିଳିବ, ଯାହାର ସର୍ବୋଚ୍ଚ ସୀମା ହେଉଛି ୪ ଲକ୍ଷ ଟଙ୍କା। କେନ୍ଦୁଝର ବଞ୍ଚୋର ଆଇସା ରାୟ, କଟକ ନିଶ୍ଚିନ୍ତକୋଇଲିର ମୋନାଲିସା ପଣ୍ଡା, ବ୍ରହ୍ମପୁର ରାଇଝୋଳର ଗଣେଶ ଚୌଧୁରୀ, ବାଲେଶ୍ବର ଖଣ୍ଡପସାର ପ୍ରଦୀପ୍ତ ସୁନ୍ଦର ଦାସ, ମୟୂରଭଞ୍ଜ ଖଲାଡ଼ିର ଭବାନୀ ଶଙ୍କର ମୁର୍ମୁ ଏବଂ ରାୟଗଡ଼ା ଥେରୁବାଲିର ପ୍ରଭାତ କୁମାର ସାହୁଙ୍କୁ ବୃତ୍ତି ପ୍ରଦାନ କରାଯାଇଛି। ମେଡିକାଲ୍‌ ଏବଂ ଇଞ୍ଜିନିୟରିଂ ପାଠପଢ଼ା ପାଇଁ ସେମାନଙ୍କୁ ଏହି ସହାୟତା ଦିଆଯାଇଛି। ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଇମ୍ଫାର ସିଓଓ ଜେ କେ ମିଶ୍ର, ସିଏଫ୍‌ଓ ପ୍ରେମ୍ ଖଣ୍ଡେଲୱାଲ, ଇଭିପି, ବିଆଇପିଏଫ୍‌ ଟି ସି ହୋତା ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଫାଉଣ୍ଡେସନର ସିଇଓ ଓ ସିଏସ୍‌ଆର୍‌ ମୁଖ୍ୟ ଶୈଫାଳିକା ପଣ୍ଡା ଏହି ବୃତ୍ତି ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର