ସେକେଣ୍ଡକୁ ଦେଢ ଲକ୍ଷ ଟଙ୍କା ଲାଭ କରୁଛି ଆପଲ

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଲାଭଜନକ କମ୍ପାନିମାନେ ସେକେଣ୍ଡକୁ ଯେତେ ଆୟ କରନ୍ତି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ବିଶ୍ବର ସବୁଠାରୁ ମୂଲ୍ୟବାନ କମ୍ପାନି ଆପଲ ପ୍ରତି ସେକେଣ୍ଡରେ କେତେ ଆୟ କରେ ? ଏକ ନୂଆ ରିପୋର୍ଟ ଅନୁସାରେ ଏହି କମ୍ପାନି ସେକେଣ୍ଡକୁ ପ୍ରାୟ ୧,୮୨୦ ଡଲାର ବା ଭାରତୀୟ ମୁଦ୍ରାରେ ୧.୪୮ ଲକ୍ଷ ଟଙ୍କାରୁ ଅଧିକ ଲାଭ କରିଥାଏ, ଅର୍ଥାତ୍ ଦିନକୁ ପ୍ରାୟ ୧୫୭ ନିୟୁତ ଡଲାର (୧,୨୮୨ କୋଟି ଟଙ୍କାରୁ ଅଧିକ) ଲାଭ କରିଥାଏ । ଏପରି ବିପୁଳ ପରିମାଣର ଲାଭ ଆଇଫୋନ୍ ଉତ୍ପାଦନକାରୀ ଆପଲକୁ ବିଶ୍ୱର ସବୁଠାରୁ ଲାଭଦାୟକ କମ୍ପାନୀ ରେ ପରିଣତ କରିଛି ।

ଅନ୍ୟତମ ଟେକନଲୋଜୀ କମ୍ପାନି ମାଇକ୍ରୋସଫ୍ଟ ଏବଂ ଆଲଫାବେଟ୍ (ଗୁଗୁଲର ମୂଳ କମ୍ପାନୀ), ତଥା ୱାରେନ୍ ବଫେଟ୍ ଙ୍କ ବର୍କଶାୟାର ହାଥୱେ ମଧ୍ୟ ପ୍ରତି ସେକେଣ୍ଡରେ ଏକ ହଜାର ଡଲାରରୁ ଅଧିକ ଲାଭ କରନ୍ତି । ଦିନ ପିଛା ହିସାବ କଲେ ଏସବୁ କମ୍ପାନି ଦିନକୁ ୧୦୦ ନିୟୁତ ଡଲାରରୁ ଅଧିକ ଲାଭ କରନ୍ତି ବୋଲି  ଆୟ କରନ୍ତି ।  ଆପଲ ତଳକୁ ଦ୍ୱିତୀୟ ସ୍ଥାନରେ ଥିବା ମାଇକ୍ରୋସଫ୍ଟ ସେକେଣ୍ଡ ପିଛା ପ୍ରାୟ ୧,୪୦୪ ଡଲାର (୧.୧୪ ଲକ୍ଷ ଟଙ୍କା) ଏବଂ ବର୍କଶାୟାର ହାଥୱେ ୧,୩୪୮ ଡଲାର (ପ୍ରାୟ ୧.୧୦ ଲକ୍ଷ ଟଙ୍କା) ସେକେଣ୍ଡ ରୋଜଗାର କରେ ବୋଲି ଆକାଉଣ୍ଟିଂ ସଫ୍ଟୱେୟାର୍ କମ୍ପାନି ଟିପାଲି ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି ।

 

ସମ୍ବନ୍ଧିତ ଖବର