ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍ ବିଜୟୀ ହୋଇଥିବାରୁ ସାରା ବିଶ୍ବର ସେୟାର ବଜାରରେ ନିବେଶକମାନେ ମନଖୋଲି କାରବାର କରୁଛନ୍ତି। ଭାରତର ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ ଏଥିରୁ ବାଦ୍ ପଡ଼ିନାହିଁ। ଆଜି ମଧ୍ୟ ନିବେଶକମାନେ ଜୋରଦାର କାରବାର କରିବା ଯୋଗୁଁ ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ୭୦୪ ପଏଣ୍ଟ୍ ବୃଦ୍ଧି ପାଇ ୪୨,୫୯୭ ପଏଣ୍ଟ୍ରେ ବନ୍ଦ ହୋଇଛି। ଏଥି ସହିତ ସେନ୍ସେକ୍ସ ଚଳିତ ବର୍ଷ ଜାନୁଆରି ମାସ ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିଛି। କୋଭିଡ୍ ଜନିତ କ୍ଷତିକୁ ଏହା ସମ୍ପୂର୍ଣ୍ଣ ଭରଣା କରିବା ସହ ଆଗକୁ ବଢ଼ିଛି। ଆଜି ଗୋଟିଏ ଦିନରେ ନିବେଶକମାନେ ୨ ଲକ୍ଷ କୋଟି ଟଙ୍କାର ଲାଭ ପାଇଛନ୍ତି।
ନିବେଶକଙ୍କୁ ୨ ଲକ୍ଷ କୋଟି ଟଙ୍କା ଲାଭ
/sambad/media/post_attachments/wp-content/uploads/2020/03/Sensex_nifty_BSE_NSE_traders_NSE-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)