ବୀମା ଜରିଆରେ ଶିଶୁଙ୍କ ଆର୍ଥିକ ଭବିଷ୍ୟତର ସୁରକ୍ଷା

ଭୁବନେଶ୍ବର: ଶିଶୁଙ୍କ ଭବିଷ୍ୟତକୁ ଆର୍ଥିକ ଭାବେ ସୁରକ୍ଷିତ ରଖିବା ଲାଗି ଅଭିଭାବକମାନଙ୍କୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ହେବ। ସେହି ଯୋଜନାରେ ଶିଶୁ ବୀମା ଯୋଜନାକୁ ରଖିବା ନିହାତି ଜରୁରୀ। ଏହା କେବଳ ପିଲାଙ୍କ ଭବିଷ୍ୟତର ଆବଶ୍ୟକତା ଲାଗି ପାଣ୍ଠି ଠୁଳ କରିବ ନାହିଁ ବରଂ ସେମାନଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ପାଇଁ ଦରକାର ହେଉଥିବା ଆର୍ଥିକ ଆବଶ୍ୟକତାକୁ ମଧ୍ୟ ପୂରଣ କରିବ। ଏସ୍‌ବିଆଇ ଲାଇଫ୍‌ର ସ୍ମାର୍ଟ ଚାମ୍ପ୍‌ ଇନ୍‌ସ୍ୟୁରାନ୍ସ ପ୍ଲାନ୍ ସମେତ ବଜାରରେ ବହୁ ପ୍ରକାର ଶିଶୁ ବୀମା ଯୋଜନା ରହିଛି। ପିଲାଙ୍କୁ ୧୮ ବର୍ଷ ହୋଇଯିବା ପରେ ସେମାନଙ୍କ ଶିକ୍ଷା ପାଇଁ ଦରକାର ଅର୍ଥକୁ ଏହା ପୂରଣ କରିବାରେ ସହାୟକ ହେବ। ୧୮ରୁ ୨୧ ବର୍ଷ ପର୍ଯ୍ୟନ୍ତ ଚାରିଟି କିସ୍ତି ଜରିଆରେ ଗ୍ୟାରେଣ୍ଟି ରିଟର୍ଣ୍ଣ ମିଳିବ। ଯଦି କୌଣସି ଅଭାବନୀୟ ପରିସ୍ଥିତିରେ ବୀମାଧାରକଙ୍କ ମୃତ୍ୟୁ ହୁଏ ତେବେ ପରିବାରବର୍ଗଙ୍କୁ ଏକକାଳୀନ ମୋଟା ଅଙ୍କର ବୀମା ରାଶି ମିଳିବ। ସବୁ ଭବିଷ୍ୟତ ପ୍ରିମିୟମ୍ ମଧ୍ୟ ଉଚ୍ଛେଦ ହେବ। ଫଳରେ ପିଲାଙ୍କ ଉପରେ କୌଣସି ଆର୍ଥିକ ଚାପ ରହିବ ନାହିଁ। ତେଣୁ ପିଲାଙ୍କ ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ହେଲେ ଆର୍ଥିକ ଯୋଜନାରେ ବୀମାକୁ ସାମିଲ କରିବା ଜରୁରୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର