ଭୁବନେଶ୍ବର : ଦୁଇଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ବୀମା କଂପାନିର ଘରୋଇକରଣ ଲାଗି ୨୦୨୧-୨୨ ବଜେଟ୍ରେ କରାଯାଇଥିବା ଘୋଷଣାକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀମାନଙ୍କ ତରଫରୁ ଏକ ବିଶାଳ ବିକ୍ଷୋଭ ଆୟୋଜନ କରାଯାଇଛି। ଏହି ଆନ୍ଦୋଳନକୁ ତୀବ୍ର କରିବା ଲାଗି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (ୟୁବିଏଫ୍ୟୁ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୟୁବିଏଫ୍ୟୁ ଓଡ଼ିଶା ଶାଖର ଆବାହକ ଆର୍ ପି ଦାଶଙ୍କ ଆହ୍ବାନକ୍ରମେ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଆୟୋଜନ କରାଯାଇଥିବା ବିକ୍ଷୋଭ ସମାବେଶକୁ ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘର ଓଡ଼ିଶା ସଭାପତି ଦାମୋଦର ନନ୍ଦ, ଏଆଇବିଇଏ ସମ୍ବିତ ପାତ୍ର, ଏନ୍ସିବିଇର ଚକ୍ରଧର ମହାପାତ୍ର, ବେଫିର ଅଜୟ ମହାନ୍ତି ଓ ଏଆଇବିଓଏର ଅଜୟ ରାଉତରାୟ ସମ୍ବୋଧିତ କରିଥିଲେ। କୌଣସି ପରିସ୍ଥିତିରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଘରୋଇକରଣ କରିବାକୁ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି। ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରି ମାର୍ଚ୍ଚ ୧୫ ଓ ୧୬ରେ ଦୁଇ ଦିକିଆ ଧର୍ମଘଟ ଏବଂ ସଂସଦ ଚାଲ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ବିକ୍ଷୋଭ
/sambad/media/post_attachments/wp-content/uploads/2021/02/bank-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)