ବଦଳିଲା ସମସ୍ତ ସରକାରୀ ବ୍ୟାଙ୍କ ଖୋଲିବାର ସମୟ !

ନୂଆଦିଲ୍ଲୀ: ଏଣିକି  ସମସ୍ତ ସରକାରୀ ବ୍ୟାଙ୍କ ୧୦ଟା ପରିବର୍ତ୍ତେ ସକାଳ ୯ଟାରେ ଖୋଲିବ । ସାଧାରଣତଃ ସରକାରୀ ବ୍ୟାଙ୍କଗୁଡିକ (PSU Banks)ର କାମକାର୍ଯ୍ୟ ସକାଳ ୧୦ଟା ପରେ ହିଁ ଆରମ୍ଭ ହୋଇଥାଏ । ଯାହାକୁ ନଜରରେ ରଖି ଅର୍ଥ ମନ୍ତ୍ରାଳୟର ବ୍ୟାଙ୍କିଂ ଡିଭିଜନ ପକ୍ଷରୁ ନିଷ୍ପତି ନିଆଯାଇଛି କି ସମସ୍ତ ସରକାରୀ ଏବଂ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ ତଥା ରିଜିଓନାଲ ରୁରାଲ୍‌ ବ୍ୟାଙ୍କଗୁଡିକ ଏଣିକି ସକାଳ ୯ଟାରୁ ଖୋଲାଯିବ ।

ତେବେ ସାରା ଦେଶରେ ବ୍ୟାଙ୍କ ଖୋଲାଯିବାର ସମୟକୁ ଏକ ସମାନ ତଥା ନିର୍ଦ୍ଦିଷ୍ଟ ସମୟରେ ଖୋଲିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ଅର୍ଥ ମନ୍ତ୍ରାଳୟର ବ୍ୟାଙ୍କିଂ ଡିଭିଜନ ତରଫରୁ ନିକଟରେ ଭିଡିଓ କନଫରେନ୍‌ସ ଜରିଆରେ ଏକ ବୈଠକ କରାଯାଇଥିଲା । ବୈଠକରେ ନିଷ୍ପତି ନିଆଯାଇଥିଲା କି , ବ୍ୟାଙ୍କ ଶାଖାଗୁଡିକ ଗ୍ରାହକଙ୍କ ସୁବିଧା ହିସାବରେ ଖୋଲିବା ଉଚିତ । ଏଥିରେ ବ୍ୟାଙ୍କ ଶାଖାଗୁଡିକର ଖୋଲାଯିବା ସମୟରେ ପରିବର୍ତ୍ତନକୁ ବି ମଂଜୁରୀ ମିଳିଛି ।

ଆଇବିଏ ପକ୍ଷରୁ ଜୁନ ୨୪ ତାରିଖରେ ଗ୍ରାହକଙ୍କ ସୁବିଧା ଉପରେ ଗଠିତ ଉପସମିତିର ବୈଠକରେ ବ୍ୟାଙ୍କ ଶାଖା ଖୋଲିବା ପାଇଁ ତିନୋଟି ବିକଳ୍ପ ଦିଆଯାଇଥିଲା । ପ୍ରଥମଟି ହେଲା- ସକାଳ ୯ଟାରୁ ଅପରାହ୍ମ ୩ଟା ପର୍ଯ୍ୟନ୍ତ , ଦ୍ୱିତୀୟଟି ହେଲା-ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଏବଂ ତୃତୀୟଟି ହେଲା ଦିନ ୧୧ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ। ତେବେ ଆଇବିଏ ପକ୍ଷରୁ ବ୍ୟାଙ୍କମାନଙ୍କୁ କୁହାଯାଇଛି କି, ୩୧ ଅଗଷ୍ଟ ସୁଦ୍ଧା ଜିଲ୍ଲା ସ୍ତରୀୟ ଗ୍ରାହକ ସମନ୍ଵୟ କମିଟିର ବୈଠକ କରି ସମୟ ସ୍ଥିର କରି ନିଅନ୍ତୁ ଏବଂ ତାର ସୂଚନା ସ୍ଥାନୀୟ ନ୍ୟୁଜପେପରରେ ମଧ୍ୟ ଦିଅନ୍ତୁ ।

ତେବେ ଯେଉଁଠି ଗ୍ରାହକମାନେ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାଙ୍କିଂ ସେବା ଚାହାନ୍ତି । ସେଠାରେ ପୂର୍ବ ଭଳି ଅର୍ଥାତ ୧୦ଟା କିମ୍ବା ୧୧ଟାରୁ ମଧ୍ୟ ବ୍ୟାଙ୍କ ଖୋଲିବାର ବିକଳ୍ପ ରହିବ । ଏହି ନିଷ୍ପତ୍ତି ସମସ୍ତ ସରକାରୀ ବ୍ୟାଙ୍କଗୁଡିକ ଏବଂ ରିଜିଓନାଲ ରୁରାଲ୍‌ ବ୍ୟାଙ୍କ ଉପରେ ଲାଗୁ କରାଯିବ । ଏହି ମାମଲା ସହ ସଂପୃକ୍ତ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ବ୍ୟାଙ୍କ ଖୋଲାଯିବାର ଏହି ନୂଆ ସମୟ ଆସନ୍ତା ମାସ ତଥା ସେପ୍ଟେମ୍ବରରୁ ଲାଗୁ କରାଯାଇପାରେ ।

ସମ୍ବନ୍ଧିତ ଖବର