ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ କମ୍ପାନି ସେୟାରଗୁଡ଼ିକରୁ ନିବେଶକମାନେ ଏବେ ଭଲ ରିଟର୍ଣ୍ଣ ପାଉଛନ୍ତି। ୨୦୧୪ରେ ତାଲିକାଭୁକ୍ତ ପିଏସ୍‌ୟୁଗୁଡ଼ିକର ବଜାର ପୁଞ୍ଜି ୯.୫ ଲକ୍ଷ କୋଟି ଥିଲା। ଏବେ ତାହା ୧୭ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଗଲାଣି। ୨୦୧୪ରେ ଦେଶରେ ୨୩୪ଟି ପିଏସ୍‌ୟୁ ଥିଲା। ଦଶ ବର୍ଷ ପରେ ସେହି ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି ଏବଂ ସେମାନଙ୍କ ଲାଭ ୨.୫ ଲକ୍ଷ କୋଟି ଟଙ୍କା ହୋଇଛି ବୋଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଅଭିଯୋଗ କରୁଛି ଆମେ ପିଏସ୍‌ୟୁଗୁଡ଼ିକୁ ବିକ୍ରି କରିଦେଉଛୁ ଓ ସେଗୁଡ଼ିକୁ ନଷ୍ଟ କରିଦେଉଛୁ। ମୁଁ ସେମାନଙ୍କୁ ପଚାରିବାକୁ ଚାହୁଛି ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌କୁ କିଏ ନଷ୍ଟ କରିଛି। କଂଗ୍ରେସ ହାଲ୍ ଓ ଏୟାର ଇଣ୍ଡିଆକୁ ନଷ୍ଟ କରିଥିଲା।