ନଭେମ୍ବର ୯ରୁ ଆରମ୍ଭ ହେବ ପବ୍‌ଜୀ ମୋବାଇଲ୍‌ ସିଜିନ୍‌-୧୦, ନୂଆ ବିଷୟବସ୍ତୁ ସହ ଆରମ୍ଭ ହେବ ସିଜିନ୍‌

ନୂଆଦିଲ୍ଲୀ : ପବ୍‌ଜୀ ମୋବାଇଲ୍‌ ସିଜିନ୍‌-୧୦ର ଅଧିକାରୀକ ଭାବେ ଆରମ୍ଭ ହେବା ତାରିଖ ଘୋଷଣା କରାଯାଇଛି । ଆସନ୍ତା ନଭେମ୍ବର ୯ରେ ଏହାକୁ ରିଲିଜ୍‌ କରାଯିବ ବୋଲି ଖବର ମିଳିଛି । ରିଲିଜ୍‌ର ତାରିଖ ଘୋଷଣା ସହ ଏହି ନୂଆ ସିଜିନ୍‌ରେ କ’ଣ ସବୁ ଭିନ୍ନ ରହିବ, ତାହା ମଧ୍ୟ ଜଣା ପଡ଼ିିଛି ।

ନଭେମ୍ବର ୧୦ରେ ପବ୍‌ଜୀ ମୋବାଇଲ୍‌ ରୟାଲ ପାସ୍‌ ସିଜିନ୍‌-୧୦ ଉପଲବ୍ଧ ହେବା ସହ ଏହା ନୂଆ ବିଷୟବସ୍ତୁ, ନୂଆ ଆଇଟମ ଏବଂ ନୂଆ ମିଶନ ସହ ସାମ୍ନାକୁ ଆସିବ । ପବ୍‌ଜୀ ମୋବାଇଲ୍‌ ରୟାଲ ପାସ୍‌ ସିଜିନ୍‌-୧୦ରେ ମୈଡ୍‌ ମୈକ୍ସ ଫ୍ୟୁରି ଭଳି ମରୁଭୂମି ପୃଷ୍ଠଭୂମି ରହିବ ବୋଲି ଜଣା ପଡ଼ିଛି । ଏହି ସିଜିନ୍‌ରେ ଇଲାଇଟ୍‌ ରୟାଲ ପାସ୍‌ର ଦାମ୍‌ ୬୦୦ୟୁସି ରହିଥିବା ବେଳେ ଇଲାଇଟ୍‌ ପ୍ଲସ୍‌ ରୟାଲ ପାସ୍‌ର ଦାମ୍‌ ୧୮୦୦ୟୁସି ରହିଛି । ଏହି ସିଜିନ୍‌ରେ ଖେଳାଳୀମାନେ ନିୟୁ ପାରାଚ୍ୟୁଟ୍‌ ସ୍କିନ୍‌ ସହ ଏମ୍‌୨୪୯ସ୍କିନ୍‌ ଜିତି ପାରିବେ ବୋଲି ଜଣା ପଡ଼ିଛି ।

ଏହି ନୂଆ ପବ୍‌ଜୀ ମୋବାଇଲ ଅପ୍‌ଡେଟ୍‌ରେ ନୂଆ କୁଇକ୍‌ ଭଏସ୍‌ ଚାଟ୍‌ ମଡେଲ ‘ସାରା’ , ନୂଆ ଇମୋସନ୍ସ ଏବଂ ଅବତାର ଫ୍ରେମ ଭଳି ଅଧିକ ଫିଚର ଆସିବା ଭଳି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର