ବିଗ୍ ବଜାର ପବ୍ଲିକ୍ ହଲିଡେ ‌‌ସେଲ୍‌ ୨୯ରୁ

ଭୁବନେଶ୍ୱର: ବିଗ୍ ବଜାର ପକ୍ଷରୁ ଚଳିତ ମାସ ୨୯ରୁ ପବ୍ଲିକ୍ ହଲିଡେ ସେଲ୍ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଏହି ପାଞ୍ଚ ଦିନରେ ଗ୍ରାହକମାନେ ସପିଙ୍ଗ୍‌ର ଅନନ୍ୟ ଅନୁଭୂତି ହାସଲ କରିପାରିବେ। ଗ୍ରାହକମାନେ ୪ ହଜାର ଟଙ୍କାର ସପିଙ୍ଗ୍‌ କରି କ୍ୟାସ୍‌ବ୍ୟାକ୍ ଓ ଭାଉଚର୍‌ ଜରିଆରେ ୪ ହଜାର ‌ଟଙ୍କା ପାଇପାରିବେ। ଗ୍ରାହକଙ୍କୁ ଫ୍ୟୁଚର୍‌ ପେ’ ୱାଲେଟ୍‌ରେ ୫୦୦ ଟଙ୍କାର କ୍ୟାସ୍‌ବ୍ୟାକ୍, ୧୦୦୦ ଟଙ୍କାର ଇଲେ‌‌କ୍‌ଟ୍ରୋନିକ୍ସ ଭାଉଚର୍‌, ୧୦୦୦ ଟଙ୍କାର କିଚେନ୍‌ ଓ ହୋମ୍‌ଓୟାର ଭାଉଚର୍‌ ଓ ୫୦୦ ଟଙ୍କାର ହୋମ୍ ଫେସନ୍ ଭାଉଚର୍‌ଓ ୧୦୦୦ ଟଙ୍କାର ଫେସନ୍ ଭାଉଚର୍‌ ମିଳିବ। ଏହି ସେଲ୍‌ ସମସ୍ତ ବିଗ୍ ବଜାର ଷ୍ଟୋର୍‌ ଓ ଏଫ୍‌ବିବି ଷ୍ଟୋର୍‌ରେ ଚାଲିବ। ବିଗ୍ ବଜାର ପକ୍ଷରୁ ୧୫୦୦ରୁ ଅଧିକ ସାମଗ୍ରୀର ମୂଲ୍ୟ କମ୍ କରାଯାଇଛି। ବିଗ୍ ବଜାରର ସିଇଓ ସଦାଶିବ ନାୟକ କହିଛନ୍ତି ଯେ, ପ୍ରତି ଥର ପବ୍ଲିକ୍ ହଲିଡେ ସେଲ୍‌ ପ୍ରତି ଗ୍ରାହକଙ୍କ ସମର୍ଥନ ଦେଖି ଆମେ ଉତ୍ସାହିତ। ଏଥର ମାଗଣା ସପିଙ୍ଗ୍‌ କରିବାର ଅନୁଭୂତି ନେବାକୁ ଆମେ ଗ୍ରାହକଙ୍କୁ ସ୍ବାଗତ କରୁଛୁ। ଏଚ୍‌ଡିଏଫ୍‌ସିର ଡେବିଟ୍‌ଓ କ୍ରେଡିଟ୍ କାର୍ଡ ଗ୍ରାହକମାନେ ୩୫୦୦ରୁ ଅଧିକ ଟଙ୍କାର ସପିଙ୍ଗ୍‌ କଲେ ୭% ଅତିରିକ୍ତ ରିହାତି ପାଇବେ।

ସମ୍ବନ୍ଧିତ ଖବର